ଭୁବନେଶ୍ବର: ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ ପ୍ରଶ୍ନକାଳ ବାତିଲ କରି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିବାକୁ ଦାବି କରିଥିଲେ । ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଦୁଇଟି ପର୍ଯ୍ୟାୟରେ 11.30 ପର୍ଯ୍ୟନ୍ତ ବାତିଲ କରିଛନ୍ତି ।
ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଗୃହ କମ୍ପାଇଲା ବିଜେପି - BJP
ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗୃହରେ ହଟ୍ଟଗୋଳ । ଦିନ 11.30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ଫଟୋ ସୌଜନ୍ୟ: ବ୍ୟୁରୋ ଟିଫ, ଭୁବନେଶ୍ବର
ବିରୋଧୀ ଦଳ ନେତାଙ୍କ ଅଭିଯୋଗ, ପୁରୀରେ ରଥଯାତ୍ରା ପାଇଁ ବିପୁଳ ପୋଲିସ ମୁତୟନ ହୋଇଛନ୍ତି । ହେଲେ ଏହା ସତ୍ତ୍ବେ ଦିନ ଦ୍ବିପହରରେ 3 ଜଣଙ୍କୁ ହତ୍ୟା କରାଯିବା ପୋଲିସ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆଉ ଏନେଇ ଗୃହରେ ଆଲୋଚନା ଦାବି କରି ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ
Last Updated : Jul 15, 2019, 12:06 PM IST