ଭୁବନେଶ୍ବର: ଅଧ୍ୟାପକଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗର ଗାଇଡଲାଇନ ଜାରି । ଏଣିକି ଅତି କମ୍ରେ 7ଘଣ୍ଟା କଲେଜରେ ରହିବାକୁ ଅଧ୍ୟାପକଙ୍କ ପାଇଁ ବାଧ୍ୟତାମୂଳକ । କଲେଜ ପ୍ରିନ୍ସିପାଲଙ୍କଠାରୁ ଆରମ୍ଭ କରି ଅଧ୍ୟାପକ ସମସ୍ତେ ଏହି ନିମୟ ମାନିବାକୁ ବାଧ୍ୟ । ଏଥିସହିତ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନକୁ 75 ପ୍ରତିଶତ ରଖିବା ପାଇଁ ମଧ୍ୟ ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି ।
ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଜାରି ହୋଇଥିବା ଏହି ଗାଇଡଲାଇନ ଅନୁଯାୟୀ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ପାଇଁ ଏହି ନିୟମ ଲାଗୁ ହେବ । ସେହିପରି ଛାତ୍ରଛାତ୍ରୀଙ୍କ ଉପସ୍ଥାନ 75ପ୍ରତିଶତ ବାଧ୍ୟତାମୂଳକ କରାଯାଇଛି । ଯଦି ନିର୍ଦ୍ଧାରିତ ଉପସ୍ଥାନଠାରୁ କୌଣସି ଛାତ୍ର କିମ୍ବା ଛାତ୍ରୀଙ୍କର ଉପସ୍ଥାନ କମ୍ ରୁହେ ତେବେ ସଂପୃକ୍ତ ଛାତ୍ରଛାତ୍ରୀ ଶେଷ ପରୀକ୍ଷା ଦେଇ ପାରିବେ ନାହିଁ ।