ଓଡିଶା

odisha

ETV Bharat / state

ଆରମ୍ଭ ହେଲା ଗୁରୁ ପଙ୍କଜ ଉତ୍ସବ

25ତମ ଗୁରୁ ପଙ୍କଜ ଉତ୍ସବ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଡ଼ଃ ପ୍ରିୟମ୍ବଦା ମହାନ୍ତି ହେଜମାଡି ଓ ଡ଼ଃ ମିନତୀ ମିଶ୍ରଙ୍କୁ ଆଦିଗୁରୁ ପଙ୍କଜ ଚରଣ ଦାସ ପରମ୍ପରା ସମ୍ମାନରେ ସମ୍ମାନିତ କରାଯାଇଥିଲ ।

By

Published : Mar 18, 2019, 12:45 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଗୁରୁ ପଙ୍କଜ ଚରଣ ଓଡିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳନ । ଗୁରୁ ପଙ୍କଜ ଉତ୍ସବ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । 5ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ଦେଶ -ବିଦେଶରୁ ପ୍ରାୟ 60 ନୃତ୍ୟଶିଳ୍ପୀ ଭାଗ ନେବେ । ତେବେ ପ୍ରଥମଥର ପାଇଁ ଭରତନାଟ୍ୟମ୍, କୁଚିପୁଡି, ମୋହିନୀଆଟ୍ଟମ ଓ କଥକର ନୃତ୍ୟଶିଳ୍ପୀମାନେ ଏହି ଉତ୍ସବରେ ଯୋଗ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ଉତ୍ସବର ପ୍ରଥମ ସନ୍ଧ୍ୟାରେ ନୃତ୍ୟଶିଳ୍ପୀଙ୍କ ଦ୍ବାରା ଓଡିଶୀ ଓ ମୋହିନୀଆଟ୍ଟମ ନୃତ୍ୟ ପରିବେଷଣ କରାଯାଇଥିଲା । ଶିଳ୍ପୀ ସୁହାଗ ନଳିନୀ ଦାସ ଓଡ଼ିଶୀର ମଧୁରାଷ୍ଟକମରେ କୃଷ୍ଣ ରସର ମାଧୁରୀମାକୁ ଚମତ୍କାର ଭାବେ ପରିବେଷଣ କରିଥିଲେ । ଏହାପରେ ମୋହିନୀଆଟ୍ଟମର ବିଶିଷ୍ଟ ଶିଳ୍ପୀ ସାଜି ମେନନ ମହାଭାରତ ଆଧାରିତ ଅମ୍ବା ଓ ଶ୍ରୀଖଣ୍ଡି ପ୍ରସଙ୍ଗର ନିଖୁଣ ଅଭିନୟ ପ୍ରଦର୍ଶନ କରିଥିଲେ । ଏଥିସହ ଡ଼ଃ ପ୍ରିୟମ୍ବଦା ମହାନ୍ତି ହେଜମାଡି ଓ ଡ଼ଃ ମିନତୀ ମିଶ୍ରଙ୍କୁ ଆଦିଗୁରୁ ପଙ୍କଜ ଚରଣ ଦାସ ପରମ୍ପରା ସମ୍ମାନରେ ସମ୍ମାନିତ କରାଯାଇଥିଲ ।

ସୂଚନାନୁସାରେ, ଏହି ଉତ୍ସବରେ ଅତିଥିଭାବେ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ,ପ୍ରାକ୍ତନ ପ୍ରଶାସକ ଅଶୋକ ତ୍ରିପାଠୀ,ସୁନୀଲ କୋଠରୀ,ସ୍ନେହାପ୍ରଭା ସାମନ୍ତରାୟ ଓ ଧନେଶ୍ବର ସ୍ବାଇଁ ପ୍ରମୁଖ ଯୋଗ ଦେଇ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details