ଓଡିଶା

odisha

ETV Bharat / state

ବାଲୁକାକଳାରେ କାଳିଆକୁ ଦେଖୁଛନ୍ତି ରାଜଧାନୀବାସୀ - BBSR

ସରକାରୀ ବାବୁଙ୍କ ନିଆରା ନିଶା । 5 ଟ୍ରକ ବାଲିରେ ନିର୍ମାଣ କଲେ ଜଗନ୍ନାଥଙ୍କ ବାଲୁକା କଳା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jul 4, 2019, 7:35 PM IST

Updated : Jul 5, 2019, 12:31 AM IST

ଭୁବନେଶ୍ବର: ଆଜି ପବିତ୍ର ରଥଯାତ୍ରା । ପୁରପଲ୍ଲୀ ଉତ୍ସବମୁଖର । ଓଡିଶା ତଥା ସାରା ବିଶ୍ବରେ ପ୍ରଭୁ ଜଗନ୍ନାଥ ବେଢାରୁ ଆସି ଭକ୍ତ ପାଖରେ । ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଚାଲିଛି ଭାବର ଆଦାନପ୍ରଦାନ । ସେହି ଅବସରରେ ରାଜଧାନୀରେ ଦେଖିବାକୁ ମିଳୁଛି ଜଗନ୍ନାଥଙ୍କ ବାଲୁକା ମୂର୍ତ୍ତି । ବ୍ୟସ୍ତବହୁଳ ଜୀବନରୁ ସମୟ କାଢି ନିଶା ପାଇଁ ଜଗନ୍ନାଥଙ୍କ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ସରକାରୀ କର୍ମଚାରୀ ସୁବଳ ମହାରଣା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପେଶାରେ ଜଣେ ବ୍ୟାଙ୍କ କର୍ମଚାରୀ କିନ୍ତୁ ନିଶା ଜଣେ ବାଲୁକା ଶିଳ୍ପୀର । ବୋଧହୁଏ ଜଗନ୍ନାଥଙ୍କ ପ୍ରତି ଥିବା ପ୍ରେମ ତାଙ୍କୁ ଏ ଦିଗରେ ଟାଣିନେଇଛି । ଦୀର୍ଘ ଦୁଇ ରାତି ଧରି ଏହି ମୂର୍ତ୍ତିକୁ ତିଆରି କରିଥିବାର କହିଛନ୍ତି ସୁବଳ । ଏହି ମୂର୍ତ୍ତିରେ ପାଞ୍ଚ ଟ୍ରକ ବାଲି ବ୍ୟବହାର ହୋଇଥିବାବେଳେ ରବୀନ୍ଦ୍ର ମଣ୍ଡପ ସମ୍ମୁଖରେ ଶୋଭା ବଢ଼ାଉଛି ଜଗନ୍ନାଥଙ୍କର ଏହି ବାଲୁକା କଳା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Jul 5, 2019, 12:31 AM IST

ABOUT THE AUTHOR

...view details