ଓଡିଶା

odisha

ETV Bharat / state

'ଫନି' ପ୍ରଭାବ: ବିମାନ ସେବା ବାତିଲ କଲା ଭିସ୍ତାରା ଏୟାରଲାଇନ୍ସ

ସାମୁଦ୍ରିକ ଝଡ 'ଫନି' ର ପଭାବକୁ ଦୃଷ୍ଟିରେ ରଖି ଘରୋଇ ବିମାନା ସେବା ପ୍ରଦାନ କରୁଥିବା ଭିସ୍ତାରା ଏୟାରଲାଇନ୍ସ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ  ଉଡାଣ କରୁଥିବା ବିମାନକୁ ଆଜି ଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ବନ୍ଦ କରିଦେଇଛି।

By

Published : May 2, 2019, 1:04 PM IST

ଫାଇଲ ଫଟୋ

ଭୁବନେଶ୍ୱର: ସାମୁଦ୍ରିକ ଝଡ 'ଫନି' ପଭାବ ଦେଖିବାକୁ ମିଳିଛି ପରିବହନ ସେବା କ୍ଷେତ୍ରରେ । ଏହାଯୋଗୁଁ ପ୍ରଥମେ ରେଳ ସେବାକୁ ବାତିଲ କରାଯାଇଥିବା ବେଳେ ଏବେ ବିମାନ ଉଡାଣକୁ ସ୍ଥଗିତ କରାଯାଇଛି।

ଏହିକ୍ରମରେ ଘରୋଇ ବିମାନା ସେବା ପ୍ରଦାନ କରୁଥିବା ଭିସ୍ତାରା ଏୟାରଲାଇନ୍ସ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଉଡାଣ କରୁଥିବା ବିମାନକୁ ଆଜି ଠାରୁ ଆସନ୍ତା 5ତାରିଖ ରବିବାର ପର୍ଯ୍ୟନ୍ତ ବନ୍ଦ କରିଛି । ଯଦି ଏହାକୁ ନେଇ କୌଣସି ଯାତ୍ରୀଙ୍କର କିଛି ବି ଅଭିଯୋଗ ଥାଏ, ସେଥିପାଇଁ ଚବିଶ ଘଣ୍ଟିଆ ଟୋଲ ଫ୍ରି ନମ୍ବର ଜାରି କରିଛି ଭିସ୍ତାରା ଏୟାରଲାଇନ୍ସ। ଯାହାର ନମ୍ବର ହେଉଛି +91-9289228888।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details