ଭୁବନେଶ୍ବର: ଓଡିଶାର ଚିତ୍ର ବଦଳାଇ ଦେଇଛି ସାମୁଦ୍ରିକ ଝଡ ‘ଫନି’। ବାତ୍ୟା ମାଡରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ଦୁଇ ଜିଲ୍ଲା ପୁରୀ ଓ ଖୋର୍ଦ୍ଧା । 'ଫନି'କୁ ଯିବାର 10 ଦିନ ପରେ ମଧ୍ୟ ସୁଧୁରିନି 2 ଜିଲ୍ଲାର ପରିସ୍ଥିତି ।
ବାତ୍ୟା ଯିବାର ଚାରି ଦିନ ବିତି ଯାଇଥିଲେ ସୁଦ୍ଧା ଜିଲ୍ଲାବାସୀଙ୍କ ଘରେ ଚୁଲି ଜଳିନି । ଅନ୍ୟପଟେ ବିଜୁଳି ନଥିବାରୁ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ଲୋକେ । ସେପଟେ ସରକାରୀ ରିଲିଫରେ ମିଳୁଥିବା ଚୁଡା ଗୁଡ ପ୍ରଭାବିତଙ୍କ ଦି ଓଳି ପେଟ ଭରିବା କଷ୍ଟକର ହୋଇ ପଡିଛି । ବାତ୍ୟା ସମୟରେ ଲୋକଙ୍କୁ ଯେତିକି କଷ୍ଟ ହେଉ ଥିଲା ବାତ୍ୟା ପରେ ଯନ୍ତ୍ରଣା ଆହୁରୀ ଦୁଇ ଗୁଣ ବଢି ଯାଇଛି ।