ଓଡିଶା

odisha

ETV Bharat / state

ଦିନ ତମାମ ଚର୍ଚ୍ଚା, ଅପରାଜିତାଙ୍କ ସହ ଇଟିଭି ଭାରତ ଟିମ୍

ଚାଲିଚଳଣ ଦେଖିଲେ ବାରି ହୋଇଯାଏ, ଏହି ନେତ୍ରୀଙ୍କ ଦମ୍ଭ ଏବଂ ଆତ୍ମବିଶ୍ବାସ । କେବଳ ପ୍ରତିଶୃତି ନୁହେଁ ରାଜ୍ୟ ସରକାରଙ୍କୁ ବି ଟାର୍ଗେଟ କରିବାକୁ ପଛାନ୍ତି ନାହାନ୍ତି ଅପରାଜିତା ଷଡଙ୍ଗୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 20, 2019, 9:10 AM IST

ଭୁବନେଶ୍ବର: ଚାଲିଚଳଣ ଦେଖିଲେ ବାରି ହୋଇଯାଏ, ଏହି ନେତ୍ରୀଙ୍କ ଦମ୍ଭ ଏବଂ ଆତ୍ମବିଶ୍ବାସ । କେବଳ ପ୍ରତିଶୃତି ନୁହେଁ ରାଜ୍ୟ ସରକାରଙ୍କୁ ବି ଟାର୍ଗେଟ କରିବାକୁ ପଛାନ୍ତି ନାହାନ୍ତି ଅପରାଜିତା ଷଡଙ୍ଗୀ । ଦିନେ ବିଏମସି କମିଶନର ଥିବା ଏହି ପ୍ରଶାସିକା ଏବେ ଲୋକଙ୍କ ସେବା ପାଇଁ ସିଧାସଳଖ ରାଜନୀତି ମୈଦାନକୁ ଫୁଲ ଟାଇମ୍ ଏଣ୍ଟ୍ରି କରିଛନ୍ତି। ନିର୍ବାଚନ ବୈତରଣୀ ପାର ହେବା ପାଇଁ ଲୋକଙ୍କ ନିକଟତର ହେବାକୁ ଲାଗିଛନ୍ତି । କାରଣ ଏ ଦୃଶ୍ୟ ଆପଣ ନିଜେ ଦେଖିପାରୁଛନ୍ତି, ଗୋଡରେ ଗୋଡ ମିଶାଇ ଏହି ରାଜନେତ୍ରୀଙ୍କ ସହ ଚାଲୁଛନ୍ତି ଜନତା ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୋର ସମୟରୁ ଉଠି ବାହାରି ଯାଆନ୍ତି ନିଜ କାମରେ। ଘର କାମ ସମ୍ଭାଳିବା ସହ ଜନତାଙ୍କ ନିକଟତର ହୁଅନ୍ତି ଅପରାଜିତା। ଏମିତିକି ଲୋକଙ୍କ ସମର୍ଥନ ଦେଖିବାକୁ ମିଳିଥିଲା ତାଙ୍କ ଘରେ । ସମସ୍ୟା ନେଇ ଅବଗତ କରାଇଥିଲେ ଜନତା। ସବୁଠାରୁ ବଡ କଥା ହେଲା ବୋହୂକୁ ଏମିତି ଦେଖି ଗର୍ବରେ ଛାତି ଚଉଡା ହୋଇଯାଉଛି ବୋଲି କୁହନ୍ତି ଅପରାଜିତା ଷଡଙ୍ଗୀଙ୍କ ବାପା ବା ଶ୍ବଶୁର । କାରଣ ଆଜିର ଦୁନିଆରେ ବୋହୂକୁ ବୋଝ ଭାବୁଥିବା ଲୋକଙ୍କ ପାଇଁ ଏହା ଏକ ସୁନ୍ଦର ବାର୍ତ୍ତା ନିଶ୍ଚିତ ।

ଆହୁରି ପଢନ୍ତୁ: ଜଟିଳ ହେବ ସମୀକରଣ, ଭୋଟରଙ୍କ ନଜରରେ ସମ୍ବଲପୁର ନିର୍ବାଚନ ମଣ୍ଡଳୀ

ସେପଟେ ଅପରାଜିତା ନିଜେ କହିଛନ୍ତି, ଲୋକଙ୍କ ସମର୍ଥନ ତାଙ୍କ ସହ ଅଛି। ଦଳୀୟ କର୍ମୀମାନେ ବି ଅପରାଜିତାଙ୍କ କାମରେ ବେଶ ଖୁସି ଜାହିର କରିଛନ୍ତି। ତେବେ ଗଣତନ୍ତ୍ରର ଏହି ମହାପର୍ବରେ ଆସନ୍ତା 23ରେ ଭୁବନେଶ୍ବରରେ ପଡିବ ଭୋଟ । ଠିକ ଏହାର ଗୋଟିଏ ମାସ ପରେ ବାହାରିବ ଫଳାଫଳ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details