ଓଡିଶା

odisha

ETV Bharat / state

ରେଲୱେ ପେଣ୍ଟିଙ୍ଗସ ପ୍ରତିଯୋଗିତାରେ ସର୍ବୋଚ୍ଚ ସ୍ଥାନରେ ପୂର୍ବତଟ ରେଳପଥ କର୍ମଚାରୀ - ଭୁବନେଶ୍ବର

ଚଳିତ ମାସ ୨୪ ତାରିଖରେ ରେଳବାଇ ବୋର୍ଡ ଦ୍ବାରା ଗୌହାଟି ଠାରେ ଅନୁଷ୍ଠିତ ହୋଇଥିଲା ସର୍ବଭାରତୀୟ ରେଲୱେ ପେଣ୍ଟିଙ୍ଗସ ପ୍ରତିଯୋଗିତା। ଭୁବନେଶ୍ବରସ୍ଥିତ ପୂର୍ବତଟ ରେଳପଥ ମୁଖ୍ୟାଳୟ କର୍ମଚାରୀ ଶ୍ୟାମସୁନ୍ଦର ଆଚାରୀ କ୍ରମାଗତ ଭାବେ ଦ୍ଵିତୀୟଥର ପାଇଁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି।

ଫଟୋ ସୌଜନ୍ୟ- ବ୍ୟୁରୋ ଚିଫ୍, ଭୁବନେଶ୍ୱର

By

Published : Mar 27, 2019, 5:40 PM IST

ଭୁବନେଶ୍ବର: ଚଳିତ ମାସ ୨୪ ତାରିଖରେ ରେଳବାଇ ବୋର୍ଡ ଦ୍ବାରା ଗୌହାଟି ଠାରେ ଅନୁଷ୍ଠିତ ସର୍ବଭାରତୀୟ ରେଲୱେପେଣ୍ଟିଙ୍ଗସ ପ୍ରତିଯୋଗିତାରେ ଭୁବନେଶ୍ବରସ୍ଥିତ ପୂର୍ବତଟ ରେଳପଥ ମୁଖ୍ୟାଳୟ କର୍ମଚାରୀ ଶ୍ୟାମସୁନ୍ଦର ଆଚାରୀ କ୍ରମାଗତ ଭାବେ ଦ୍ଵିତୀୟଥର ପାଇଁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି।

ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଶ୍ୟାମସୁନ୍ଦରଙ୍କ ପେଣ୍ଟିଙ୍ଗସ ସବୁ ମହଲରେ ଉଚ୍ଚ ପ୍ରଶଂସିତ ହୋଇପାରିଛି I ପ୍ରକୃତି ମଧ୍ୟରେ ପର୍ବତମାଳା ଓ ନଦୀ ସହିତ ରେଳ ବିଷୟବସ୍ତୁ ଉପରେ ଆଧାରିତ ଏହି ପେଣ୍ଟିଙ୍ଗସ ଅତି ନିଖୁଣ ଭାବେ ଦର୍ଶାଯାଇଛିI ଏହି ପ୍ରତିଯୋଗିତାରେ ସମଗ୍ର ଭାରତ ବର୍ଷରୁ ବିଭିନ୍ନ ରେଳ ଜୋନରୁ ସମୁଦାୟ ୨୪ ଜଣ ରେଳ କର୍ମଚାରୀ ଉକ୍ତ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେI

ଗତବର୍ଷ ରେଳବାଇର ପ୍ରଥମଥର ପାଇଁ ନାଗପୁରଠାରେ ଆୟୋଜିତ ହୋଇଥିବା ଏହି ଜାତୀୟ ସ୍ତରର ପ୍ରତିଯୋଗିତାରେ "ଟ୍ରାନ୍ସଫରମିଂ ରେଳୱେଜ" ବିଷୟବସ୍ତୁ ଉପରେ ଆଧାରିତ ଅତ୍ୟାଧୁନିକ ବୁଲେଟ ଟ୍ରେନ ପ୍ରଯୁକ୍ତିବିଦ୍ୟା ସହ ଗାନ୍ଧିଜୀଙ୍କ ଦେଶ ସ୍ବାଧୀନତା ପୂର୍ବର ରେଳଯାତ୍ରାର ପ୍ରତିକୃତିକୁ ଅତି ନିଖୁଣ ଭାବେ ତାଙ୍କ ପେଣ୍ଟିଙ୍ଗସରେ ଉପସ୍ଥିତ କରିଥିଲେ। ଯାହାକି ସମଗ୍ର ଦେଶରେ ବହୁଳଭାବେ ପ୍ରସାରିତ ହୋଇଥିଲା। ଗଂଜାମ ଜିଲ୍ଲାର ପାରଳା ନିବାସୀ ଶ୍ୟାମସୁନ୍ଦର ୨୦୦୮ ମସିହାରୁ ପୂର୍ବତଟ ରେଳପଥରେ କାର୍ଯ୍ୟ କରୁଛନ୍ତି।

ଶ୍ୟାମସୁନ୍ଦର ପୂର୍ବରୁ ରାଜ୍ୟସରକାର ଓ ବିଭିନ୍ନ ସଂସ୍ଥା ମାନଙ୍କ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଭାଗନେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି I ତାଙ୍କର କଳାକୃତି ମଧ୍ୟରେ କବିର ରେଖାଚିତ୍ରଣ ଓ ଅଳଙ୍କୃତ ଚିତ୍ରକାର୍ଯ୍ୟ ସହିତ ବାସ୍ତବବାଦୀ ଓ ଯଥାର୍ଥବାଦୀ ଦୃଷ୍ଟିକୋଣ ମିଶ୍ରଣର ଏକ ସୃଜନଶକ୍ତି ସମ୍ପନ୍ନ ଯାହାକି ସମସ୍ତଙ୍କ ଦ୍ବାରା ପ୍ରଶଂସିତ ହୋଇପାରିଛି I

ଭୁବନେଶ୍ୱରରୁ ଅଜିତ କୁମାରଦାଶ, ଇଟିଭି ଭାରତ

ABOUT THE AUTHOR

...view details