ଭୁବନେଶ୍ବର: ଆଗକୁ ଆସିଲେ ପୁଅ ଆଉ ଝିଅ। ପଛକୁ ରହିଲେ ବାପା । କାଳେ କିଛି ଅସନ୍ତୋଷ ଦେଖା ଦେବ ସେହି ଭୟରେ ନିଜ ନାମ ଶେଷ ପର୍ଯ୍ୟାୟରେ ରଖି ନୂଆ ରଣନୀତି ଖେଳିଛନ୍ତି ମୁଖିଆ । ପୂର୍ବରୁ ଭକ୍ତ ଦାସ ଓ ତାଙ୍କ ପୁଅ, ନରସିଂହ ମିଶ୍ର ଓ ତାଙ୍କ ପୁଅ, ହେମାନନ୍ଦ ବିଶ୍ବାଳ ଓ ତାଙ୍କ ଝିଅଙ୍କୁ ଦଳ ଟିକେଟ ଦେଇ ଅନେକ ଅସନ୍ତୋଷ ମୁଣ୍ଡାଇଛି । ଏବେ ପୁଣି ସମାନ ଢାଞ୍ଚା।
ପୁଅ ଓ ଝିଅକୁ ମିଳିଲା ଟିକେଟ । ଦ୍ବିତୀୟ ପୀଢ଼ୀଙ୍କୁ ସାମ୍ନାକୁ ଆଣିଛି କଂଗ୍ରେସ। ବାଲେଶ୍ବରରୁ ଲୋକସଭା ଆସନରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଅନନ୍ତ ସେଠୀଙ୍କ ଝିଅ ମଧୁମିତା ସେଠୀଙ୍କୁ ଭଦ୍ରକ ଲୋକସଭାରେ ପ୍ରାର୍ଥୀ କରିଛି କଂଗ୍ରେସ।