ଭୁବନେଶ୍ବର: ପବିତ୍ର ରଥଯାତ୍ରା ପାଇଁ ଗାଁଠାରୁ ସହର ସବୁ ଚଳଚଞ୍ଚଳ । ଜୟ ଜଗନ୍ନାଥ ଧ୍ବନୀରେ କମ୍ପି ଉଠୁଛି ସାରା ପରିବେଶ । ଏମିତିରେ ରାଜଧାନୀରେ ଦେଖିବାକୁ ମିଳିଛି ଭକ୍ତଙ୍କ ପ୍ରବଳ ସମାଗମ । ତେବେ ପ୍ରବଳ ବର୍ଷା ସତ୍ତ୍ବେ ସମସ୍ତ ଜଗନ୍ନାଥ ମନ୍ଦିର ସାମ୍ନାରେ ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ ।
ହାରିଲା ବର୍ଷା, ଜିତିଲେ ଭକ୍ତ - ରଥଯାତ୍ରା
ପବିତ୍ର ରଥଯାତ୍ରା ପାଇଁ ଗାଁଠାରୁ ସହର ସବୁ ଚଳଚଞ୍ଚଳ । ଜୟ ଜଗନ୍ନାଥ ଧ୍ବନୀରେ କମ୍ପି ଉଠୁଛି ସାରା ପରିବେଶ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଅପଲକ ନୟନରେ ସଭିଙ୍କ ଅପେକ୍ଷା ପ୍ରଭୁ କେତେବେଳେ ମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେବେ । ତେବେ ରାଜଧାନୀରେ ବର୍ଷା ଜାରି ରହିଥିବା ସତ୍ତ୍ବେ ବେଶ୍ ଉତ୍ସାହର ସହ ଜମିଛି ଭକ୍ତଙ୍କ ଭିଡ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ରାଜଧାନୀରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଉତ୍ସାହ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ