ଓଡିଶା

odisha

ETV Bharat / state

ଲାଗୁ ହେଲା ଆଚରଣ ବିଧି, ବନ୍ଦ ହେବ ନାହିଁ କାଳିଆ ଯୋଜନା

ନିର୍ବାଚନ ଆଚରଣ ବିଧି ଲାଗୁ ସତ୍ତ୍ୱେ ବନ୍ଦ ହେବ ନାହିଁ କାଳିଆ ଯୋଜନା। ଠିକ ସମୟରେ ହିତାଧିକାରୀଙ୍କୁ ଦିଆଯିବ କାଳିଆ ଟଙ୍କା। ୩ଟି ପର୍ଯ୍ୟାୟରେ ଚିହ୍ନଟ ସମସ୍ତ ହିତାଧିକାରୀଙ୍କୁ ସହାୟତା ଦିଆଯିବ।

By

Published : Mar 11, 2019, 11:01 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: ନିର୍ବାଚନ ଆଚରଣ ବିଧି ଲାଗୁ ସତ୍ତ୍ୱେ ବନ୍ଦ ହେବ ନାହିଁ କାଳିଆ ଯୋଜନା। ଠିକ ସମୟରେ ହିତାଧିକାରୀଙ୍କୁ ଦିଆଯିବ କାଳିଆ ଟଙ୍କା। ୩ଟି ପର୍ଯ୍ୟାୟରେ ଚିହ୍ନଟ ସମସ୍ତ ହିତାଧିକାରୀଙ୍କୁ ସହାୟତା ଦିଆଯିବ। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି ଯେ, ଏହା ଏକ ନିରନ୍ତର ଯୋଜନା।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ତେବେ ୬୦ ଦିନ ଭିତରେ ଏତେ ଚାଷୀଙ୍କୁ ଟଙ୍କା ଦେବା କିଛି କମ୍‌ କଥା ନୁହେଁ। ଯଦି ଏଥିରୁ କେହି ବଞ୍ଚିତ ହୋଇଛନ୍ତି ବା କାହା ନାମ ଏକାଧିକ ଥର ଆସିଛି, ତେବେ ସରକାର ସେଥିପାଇଁ ପଦକ୍ଷେପ ନେଉଛନ୍ତି। କୌଣସି ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

ପିଏମ୍‌ କିଷାନ ଯୋଜନାରେ କେନ୍ଦ୍ରକୁ ଯେଉଁ ତାଲିକା ଦିଆଯାଇଥିଲା, କାହିଁକି ତା’ ମଧ୍ୟରୁ ତିନି ଚାରି ଲକ୍ଷ ହିତାଧିକାରୀଙ୍କ ନାମ ବାଦ୍‌ ପଡିଲା ତାହା ପ୍ରଥମେ ସ୍ପଷ୍ଟ କଲେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା କେନ୍ଦ୍ରକୁ ପଠାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details