ଓଡିଶା

odisha

ETV Bharat / state

ଜୋର ଧରିଲା ପଦ୍ମପୁର ସବଡ଼ିଭିଜନକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି

ଜୋର ଧରିଲା ପଦ୍ମପୁର ସବଡ଼ିଭିଜନକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି। ଏନେଇ ସ୍ଥାନୀୟ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ସବୁ ଦଳର ସ୍ଥାନୀୟ ନେତା ମିଶି ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

By

Published : Feb 11, 2019, 7:38 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଜୋର ଧରିଲା ପଦ୍ମପୁର ସବଡ଼ିଭିଜନକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି। ଏନେଇ ସ୍ଥାନୀୟ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ସବୁ ଦଳର ସ୍ଥାନୀୟ ନେତା ମିଶି ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବି ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ପଦ୍ମପୁରର ବିକାଶ ପାଇଁ ଏହାକୁ ଜିଲ୍ଲାର ମାନ୍ୟତା ଦିଆଯାଉ।

ଏହାକୁ ମୁଖ୍ୟମନ୍ତ୍ରୀ ସକରାତ୍ମକ ଭାବେ ଗ୍ରହଣ କରିଛନ୍ତି। ଯଦିଓ ଏହି ଦାବି ଆଜିର ନୁହେଁ ସ୍ବର୍ଗତଃ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରୁ ଏହି ଦାବି ହୋଇଆସୁଛି । ଯାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ ।

ଆଜି ପଦ୍ମପୁର ସବଡିଭିଜନକୁ ନେଇ କ୍ରିୟାନୁଷ୍ଠାନ କମିଟି ନେତୃତ୍ବରେ ବିଜେଡିର ବିଜୟ ରଞ୍ଜନ ସିଂ ବରିହା ଓ କଂଗ୍ରେସର ସତ୍ୟଭୂଷଣ ସାହୁ ଭେଟିଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏନେଇ ସମୀକ୍ଷା କରିବେ ଏବଂ ନିଷ୍ପତ୍ତି ନେବେ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details