ଓଡିଶା

odisha

ETV Bharat / state

ଆଜି ଓଡିଶା ବନ୍ଦ, ଯାତାୟତ ଠପ

ଜୋର ଧରିଛି ପ୍ରାଇଜ, ପ୍ରେଷ୍ଟିଜ ଓ ପେନସନ ଦାବି। ଏହି ଦାବି ନେଇ ଆଜି 12 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଙ୍ଗଠନ। ଗମନାଗମନ ଠପ, ଦୋକାନ ବଜାର ବନ୍ଦ। ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ।

By

Published : Feb 21, 2019, 11:30 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆଜି 12 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗମନାଗମନ ଗୋଟିଏ ପ୍ରକାର ଠପ ହୋଇଯାଇଛି। ଟ୍ବିନସିଟିର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଆନ୍ଦୋଳନକାରୀ ଚାଷୀ। ସେପଟେ ଉଭୟ ବିଜେପି ଓ କଂଗ୍ରେସ ବନ୍ଦକୁ ନୈତିକ ସମର୍ଥନ ଜଣାଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

'ଗଣତନ୍ତ୍ର ବଞ୍ଚାଅ-ଚାଷୀ ବଞ୍ଚାଅ'ର ଆହ୍ବାନ ଦେଇ ଆଜି ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ସଙ୍ଗଠନ। ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଗମନାଗମନ, ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି, ଦୀର୍ଘ ଦିନ ହେଲା ପ୍ରାଇଜ, ପ୍ରେଷ୍ଟିଜ ଓ ପେନସନ ଦାବି ନେଇ ଚାଷୀ ଆନ୍ଦୋଳନ କରୁଛନ୍ତି। ହେଲେ ସରକାର ଚାଷୀଙ୍କ ଦାବି ଉପରେ ଅଣଦେଖା କରିଆସୁଛନ୍ତି। ଏପରିକି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର ପୋଲିସ କଳକୁ ଲଗାଉଥିବା ସଙ୍ଗଠନ ଅଭିଯୋଗ କରିଛି। ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ଧାନ ଏମଏସପି 2930 ଟଙ୍କାକୁ ବଢାଇବା ପାଇଁ ଦାବି କରି ଏହି ବନ୍ଦ ପାଳନ କରୁଛି କୃଷକ ସଙ୍ଗଠନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେପଟେ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେନେଇ ପୋଲିସ ସଜାଗ ରହିଛି। ରାଜଧାନୀରୁ 50ରୁ ଉର୍ଦ୍ଧ୍ବ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୋଲିସ।ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ନେଇ ଡିଜିପି ଆର.ପି ଶର୍ମା ଆନ୍ଦୋଳନକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟପଟେ ଆସନ୍ତା କାଲି ଠାରୁ ମ୍ୟାଟ୍ରିକ ପରୀକ୍ଷା । ବନ୍ଦର ପ୍ରଭାବ ଯେପରି ପରୀକ୍ଷାର୍ଥୀଙ୍କ ଉପରେ ନପଡେ, ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ପୂର୍ବରୁ ନବନିର୍ମାଣ କୃଷକ ସଙ୍ଗଠନର ଆବାହକ ମଧ୍ୟ ପରୀକ୍ଷାରେ ବାଧା ସୃଷ୍ଟି କରାଯିବନାହିଁ ବୋଲି ସ୍ପଷ୍ଟ କରିଥିଲେ।

ଭୁବନେଶ୍ବରରୁ ତାପସ ପରିଡା ଓ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details