ଓଡିଶା

odisha

ETV Bharat / state

‘ଦୁର୍ନୀତିଗ୍ରସ୍ତ ନବୀନ ପାଣ୍ଡିଆନ ସରକାର ସହ ଡିଲ କରିନି’

ନିକଟରେ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ବିଜେଡି ସହ ଡିଲ ଯୋଗୁଁ ସେ ପ୍ରସ୍ତାବିତ ଦିଲ୍ଲୀ ଗସ୍ତକୁ ବାତିଲ କରିଛନ୍ତି । ଯାହାକୁ ନେଇ ଦାମ ଆଜି ସୋସିଆଲ ମିଡିଆ ମାଧ୍ୟମରେ ପ୍ରବଳ ବର୍ଷିଛନ୍ତି ।

By

Published : Mar 14, 2019, 1:23 PM IST

ଫାଇଲ ଫଟୋ

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ନବୀନ ପାଣ୍ଡିଆନ ସରକାର ବିରୋଧରେ ସେ ସ୍ବର ଉତ୍ତୋଳନ କରିଛନ୍ତି । ଏଥିପାଇଁ ସେ ମନ୍ତ୍ରୀ ପଦ ଛାଡିଛନ୍ତି । କେବେ ହେଲେ ପୁଣି ଦଳକୁ ଫେରିବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି ବରିଷ୍ଠ ରାଜନେତା ତଥା ବିଜେଡିରୁ ବହିଷ୍କୃତ ହୋଇଥିବା ଦାମୋଦର ରାଉତ ।

ନିକଟରେ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ବିଜେଡି ସହ ଡିଲ ଯୋଗୁଁ ସେ ପ୍ରସ୍ତାବିତ ଦିଲ୍ଲୀ ଗସ୍ତକୁ ବାତିଲ କରିଛନ୍ତି । ଯାହାକୁ ନେଇ ଦାମ ଆଜି ସୋସିଆଲ ମିଡିଆ ମାଧ୍ୟମରେ ପ୍ରବଳ ବର୍ଷିଛନ୍ତି । ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁକରେ ଏକ ପୋଷ୍ଟ କରି ସେ ଗଣମାଧ୍ୟମକୁ ଭର୍ସନା କରିବା ସହ ଏହି ପ୍ରସଙ୍ଗରେ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ୧୨ ଘଣ୍ଟା ତଳେ ସେ ଏହି ପ୍ରସଙ୍ଗ ଉପରେ ମନ୍ତବ୍ୟ ରଖିଥିବାବେଳେ ପୁଣିଥରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି । ଗୁରୁବାର ଭୋର ସମୟରେ ଏହି ଲେଖା ସେ ପୋଷ୍ଟ କରିଥିଲେ । ଏଥିରେ ସେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବା ସହ ତାଙ୍କୁ ନବୀନ ପାଣ୍ଡିଆନ ସରକାର ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଦୁର୍ନୀତିଗ୍ରସ୍ତ ନବୀନ ପାଣ୍ଡିଆନ ସରକାର ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରିଛନ୍ତି । ଏପରିକି ମନ୍ତ୍ରୀପଦ ତ୍ୟାଗ କରି ଦଳ ଛାଡିଛନ୍ତି ।

ପୋଷ୍ଟରେ ସେ ଲେଖିଛନ୍ତି ଯେ ବର୍ତ୍ତମାନ ରାଜନୈତିକ ପରିସ୍ଥିତିରେ କିଛି ମୁଷ୍ଟିମେୟ ବୈଦ୍ୟୁତିକ କିମ୍ବା ସାମାଜିକ ଗଣମାଧ୍ୟମ କେତେକ ରାଜନୀତି ଦଳଙ୍କ ହାତବାରିସି ସାଜିଛନ୍ତି । ଏହାସହ ସେମାନେ ତାଙ୍କ ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି । ପ୍ରଣବ ପ୍ରକାଶ ଦାସଙ୍କ ସହ ସେ କୌଣସି ଡିଲ କରିନାହାନ୍ତି । ଏହି ଚର୍ଚ୍ଚା ସମ୍ପୂର୍ଣ୍ଣ ଭାବେ କାଳ୍ପନିକ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ସୋସିଆଲ ମିଡିଆ ଦ୍ବାରା ଏପରି କିଣା ଖବରକୁ ସେ ନିନ୍ଦା କରୁଛନ୍ତି ବୋଲି ପୋଷ୍ଟରେ ଲେଖିଛନ୍ତି ।

ଏହାସହ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସହ ସେ ରୁଦ୍ଧଦ୍ୱାର ଡିଲ୍ କରନ୍ତି ନାହିଁ କିମ୍ବା ଆଗକୁ ମଧ୍ୟ କରିବେ ନାହିଁ । ଓଡିଶାରେ ନବୀନ ପାଣ୍ଡିଆନ ସରକାରଙ୍କୁ ତାଙ୍କର ବିରୋଧ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

ABOUT THE AUTHOR

...view details