ଓଡିଶା

odisha

ETV Bharat / state

ମାଡି ଆସୁଛି ‘ଫନି’, ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର - ଫନି

ମାଡି ଆସୁଛି ସାମୁଦ୍ରିକ ଝଡ ‘ଫନି’ । ପୂର୍ବରୁ ଏହା ଆନ୍ଧ୍ର ମୁହାଁଇଥିବା ବେଳେ ଦିଗ ପରିବର୍ତ୍ତନ କରି ଓଡିଶା ଆଡେ ମୁହାଁଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 30, 2019, 5:59 PM IST

ଭୁବନେଶ୍ବର: ମାଡି ଆସୁଛି ସାମୁଦ୍ରିକ ଝଡ ‘ଫନି’ । ପୂର୍ବରୁ ଏହା ଆନ୍ଧ୍ର ମୁହାଁଇଥିବା ବେଳେ ଦିଗ ପରିବର୍ତ୍ତନ କରି ଓଡିଶା ଆଡେ ମୁହାଁଇଛି । ଆସନ୍ତା 12 ଘଣ୍ଟା ମଧ୍ୟରେ ଏହା ଭୃପୃଷ୍ଠ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏନେଇ ରାଜ୍ୟରେ ଆରମ୍ଭ ହୋଇଛି ବାତ୍ୟା ମୁକାବିଲା ପାଇଁ ପ୍ରାକ୍‌ ପ୍ରସ୍ତୁତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ ସାମୂଦ୍ରିକ ଝଡ ‘ଫନି’ର ମୁକାବିଲା ପାଇଁ ସମସ୍ତ ଜିଲ୍ଲାର ଏସ୍‌ପି ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ଏନଡିଆରଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ପଠାଯାଇଛି । ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ ଜେନେରେଟର ସେବା ଓ ଟର୍ଚ୍ଚ ଲାଇଟ ଆଦିର ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।

ଏଥିସହ ସମସ୍ତ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି । ତେବେ ସମସ୍ତ ଜିଲ୍ଲା ଏକାଠି ହୋଇ କିଭଳି ବାତ୍ୟାର ମୁକାବିଲା କରିବେ ସେନେଇ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details