ଓଡିଶା

odisha

ETV Bharat / state

ଘରୋଇ ସ୍କୁଲର ଏଜେଣ୍ଟ ସାଜିଛନ୍ତି ରାଜ୍ୟ ସରକାର: କଂଗ୍ରେସ

ସରକାରୀ ସ୍କୁଲ ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ କଂଗ୍ରେସ । ଘରୋଇ ସ୍କୁଲର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ସରକାରୀ ସ୍କୁଲକୁ ବନ୍ଦ କରୁଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଂଗ୍ରେସ ମିଡିଆ ସେଲର ଅଧକ୍ଷ ସତ୍ୟ ପ୍ରକାଶ ନାୟକ ।

By

Published : Jun 27, 2019, 9:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୂବନେଶ୍ବର

ଭୁବନେଶ୍ବର: ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ ଉପାଦାନ ଶିକ୍ଷା ହୋଇଥିବାବେଳେ ରାଜ୍ୟ ସରକାର ସ୍କୁଲ ବନ୍ଦ କରିବାରେ ବ୍ୟସ୍ତ । ରାଜ୍ୟରେ ସରକାରୀ ସ୍କୁଲର ବିପର୍ଯ୍ୟସ୍ତ ଅବସ୍ଥା ନେଇ ସରକାରଙ୍କୁ କଡା ସମାଲୋଚନା କରିଛି ରାଜ୍ୟ କଂଗ୍ରେସ । ଘରୋଇ ସ୍କୁଲ ପ୍ରତି ଅହେତୁକ ଅନୁକମ୍ପା ହେତୁ ଓଡିଶାର ସରକାରୀ ସ୍କୁଲର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଂଗ୍ରେସ ମିଡିଆ ସେଲର ଅଧକ୍ଷ ସତ୍ୟ ପ୍ରକାଶ ନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୂବନେଶ୍ବର

ରାଜ୍ୟ ସରକାର ଜାଣିଶୁଣି ପ୍ରାୟ ଏକ ହଜାର ସ୍କୁଲରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଛନ୍ତି ଯାହାକି ଅତ୍ୟନ୍ତ ଦୂର୍ଭାଗ୍ୟଜନକ ବୋଲି କହିଛନ୍ତି ସତ୍ୟ ପ୍ରକାଶ । ରାଜ୍ୟରେ 40,558ଟି ସ୍କୁଲରେ ବିଜୁଳି ସଂଯୋଗ ହୋଇ ନଥିବାବେଳେ ପ୍ରାୟ 40,628ଟି ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଖେଳ ପଡିଆଟିଏ ନାହିଁ । ସ୍କୁଲ ଓ ଗଣଶିକ୍ଷା ବିଭାଗ ସରକାରୀ ସ୍କୁଲରେ ମୌଳିକ ସୁବିଧା ଯୋଗାଇଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି, ଯେଉଁଥିପାଇଁ ଆଜି ସରକାରୀ ସ୍କୁଲ ନିମ୍ନଗାମୀ ।


ରାଜ୍ୟ ସରକାର ଘରୋଇ ସ୍କୁଲର ପ୍ରତିନିଧି ସାଜି ସରକାରୀ ସ୍କୁଲ ପ୍ରତି ବୈମାତୃକ ଭାବ ପୋଷଣ କରୁଥିବାକୁ ଶିକ୍ଷା ବ୍ୟବସ୍ଥା ଆଜି ବିପର୍ଯ୍ୟସ୍ତ ବୋଲି କହିଛି କଂଗ୍ରେସ ।ଏହାଛଡା ପାନୀୟ ଜଳ ବଣ୍ଟନକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।


ଭୁବନେଶ୍ବରରୁ ସଞ୍ଜୀବ ରାୟ , ଇଟିଭି ଭାରତ

For All Latest Updates

ABOUT THE AUTHOR

...view details