ଭୁବନେଶ୍ବର: ଲୋକାର୍ପିତ ହେଲା "କଂଗ୍ରେସ" ଶୀର୍ଷକ ନାମକ ଏକ ପୁସ୍ତକ । ଏହି ପୁସ୍ତକରେ ଭାରତରେ କଂଗ୍ରେସର ସୃଷ୍ଟି, ତା'ର ଇତିହାସ, କ୍ଷମତା କନ୍ଦଳ, ସରକାର ଗଠନ ସହ ସାଧରଣ ଜନତାଙ୍କ ପ୍ରଶ୍ନକୁ ଆଦି ଉଲ୍ଲେଖ କରାଯାଇଛି ।
ଜନତା ପଢିବେ 'କଂଗ୍ରେସ' - ଭୁବନେଶ୍ବର
କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକାର୍ପିତ ହେଲା "କଂଗ୍ରେସ" ଶୀର୍ଷକ ନାମକ ଏକ ପୁସ୍ତକ । ଏହି ପୁସ୍ତକରେ ଭାରତରେ କଂଗ୍ରେସର ସୃଷ୍ଟି, ତା'ର ଇତିହାସ, କ୍ଷମତା କନ୍ଦଳ, ସରକାର ଗଠନ ସହ ସାଧରଣ ଜନତାଙ୍କ ପ୍ରଶ୍ନକୁ ଆଦି ଉଲ୍ଲେଖ କରାଯାଇଛି ।
ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
ତେବେ ଏହି ପୁସ୍ତକକୁ କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉନ୍ମୋଚିତ କରାଯାଇଛି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନୀତିଜ୍ଞ ପଞ୍ଚାନନ କାନୁନଗୋ ଏହି ପୁସ୍ତକ ରଚନା କରିଛନ୍ତି ।
ଏଥିସହ ଗୁରୁବାର ଦିନ ଓଡିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜ୍ଞେଶ୍ବର ବାବୁ କଂଗ୍ରେସରେ ଯୋଗ ଦେଇଛନ୍ତି । ପିସିସି ସଭାପତିଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଥିବା ସୂଚନା ମିଳିଛି ।
ଭୁବନେଶ୍ବରରୁ ସଞ୍ଜିବ କୁମାର ରାଏ, ଇଟିଭି ଭାରତ