ଭୁବନେଶ୍ବର: ଆକ୍ସନ ମୁଡରେ କମିଶନରେଟ ପୋଲିସ । ବାଣୀବିହାର ବିଶ୍ବବିଦ୍ୟାଳୟରେ ଆଡ୍ଡା ଜମାଇଥିବା ଅଣଛାତ୍ରଙ୍କୁ ଖାଲି କଲା ପୋଲିସ । କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ଚଢାଉ କରିଥିଲା କମିଶନରେଟ ପୋଲିସ । 200ରୁ ଊର୍ଦ୍ଧ୍ବ ଅଣଛାତ୍ରଙ୍କୁ ହଷ୍ଟେଲରୁ ଖାଲି କରିଛି ପୋଲିସ ।
ସୂଚନାନୁଯାୟୀ, ବାଣୀବିହାର ବିଶ୍ବବିଦ୍ୟାଳୟର 7ନଂ ହଷ୍ଟେଲରେ କିଛି ଛାତ୍ରଙ୍କୁ ଅନୁମତି ମିଳିଥିଲା । କିନ୍ତୁ 1 ବର୍ଷ ଧରି ରହିଆସୁଥିବା କେତେକ ଅଣଛାତ୍ର ଏଠାରେ ଅନାଧିକାର ପ୍ରବେଶ କରି ରହୁଥିଲେ । ଏଥିସହିତ ସେମାନେ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିଥିବା ବେଳେ ରୁମରୁ ମଦ ବୋତଲ, ହୁକା ଭଳି ଜିନିଷକୁ ଜବତ କରିଛି ପୋଲିସ । ତେବେ କାହା ସ୍ବାର୍ଥରେ ସେମାନେ ଏଠାରେ ରହୁଥିଲେ ? କାହିଁକି ଏତେଦିନ ଧରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ । ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।