ଓଡିଶା

odisha

ନିଶା ଜହର କବଳରେ ଟ୍ୱିନ୍ ସିଟି

ବଡଗଡ ଥାନା ଅଞ୍ଚଳରେ ଏକ ଡକାୟତି ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ଚଢାଉ କରିଥିଲା । ସେହିସ୍ଥାନରୁ ପୋଲିସକୁ ଖବର ମିଳିଥିଳା ଏହି ବେଆଇନ କଫ ସିରପ୍ କାରବାର ବିଷୟରେ । ସୂଚନାକୁ ଆଧାର କରି ପୋଲିସ କଟକ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।

By

Published : Mar 26, 2019, 7:24 PM IST

Published : Mar 26, 2019, 7:24 PM IST

Updated : Mar 26, 2019, 7:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଟ୍ୱିଇନ ସିଟି ଏବେ ପାଲିଟିଛି ଜହର ସିଟି, କେତେବେଳେ ବ୍ରାଉନ ସୁଗାର ତ କେତେବେଳେ ସବୁଜ ଜହର ଗଞ୍ଜେଇ ପୁଣି ଏବେ ମାଡିଗଲାଣି ଅଭିନବ ଉପାୟରେ କଫ ସିରପ୍ ଜହର । ଭିନ୍ନ ଭିନ୍ନ ତରିକାରେ ରାଜଧାନୀରେ ଚାଲିଛି ନିଶା କାରବାର, ପୋଲିସ ଯେତେ ସକ୍ରିୟ ହେଉଛି ନିଶା ବେପାରୀ ସେତେ ଚତୁର ହେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୂର୍ବରୁ ନିଶା କାରବାରରେ ଅନେକ ଲୋକଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବାବେଳେ ଆଜି କଫ ସିରପ କାରବାରରେ 4ଜଣଙ୍କୁ ବାନ୍ଧିବାରେ ପୋଲିସ ସଫଳ ହୋଇଛି । ସୂଚନା ଅନୁସାରେ ବଡଗଡ ଥାନା ଅଞ୍ଚଳରେ ଏକ ଡକାୟତି ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ଚଢାଉ କରିଥିଲା । ସେହି ସ୍ଥାନରୁ ପୋଲିସକୁ ଖବର ମିଳିଥିଳା ଏହି ବେଆଇନ କଫ ସିରପ୍ କାରବାର ବିଷୟରେ । ସୂଚନାକୁ ଆଧାର କରି ପୋଲିସ କଟକ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।

ଏହି ଚଢାଉରେ ପ୍ରାୟ କୋଡିଏ ହଜାରରୁ ଅଧିକ କଫ ସିରପ୍ ବୋତଲ ପୋଲିସ ଜବତ କରିଛି । ସେପଟେ ଆଗକୁ ଚଢାଉ ଆହୁରିଜୋରଦାର କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Mar 26, 2019, 7:52 PM IST

ABOUT THE AUTHOR

...view details