ଭୁବନେଶ୍ବର: ଚାଲୁଛି ଅପରେସନ, ଧରା ପଡୁଛନ୍ତି ଅପରାଧି । ମଦ କାରବାରଠାରୁ ଆରମ୍ଭ କରି ବେଆଇନ ବନ୍ଧୁକ ଚାଲାଣ ଓ ରୋଡ ବ୍ଲକିଂ ଏବଂ ଚେକିଂ ମଧ୍ୟ ଜାରି ରଖିଛି କମିଶନରେଟ ପୋଲିସ । ତେବେ ନିର୍ବାଚନବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେ ନେଇ ପେସାଦାର ଅପରାଧୀ ଓ ଏନବିଡବ୍ଲୁ ଜାରି ହୋଇଥିବା ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି କମିଶନରେଟ୍ ପୋଲିସ ।
ବିଗତ ମାସେ ଧରି ପୋଲିସର ଧରପଗଡ ଚାଲିଥିବାବେଳେ ବର୍ତ୍ତମାନ ସୁଦ୍ଧା ଦଫା ୧୧୦ ଅନୁଯାୟୀ ଅର୍ଥାତ ପେସାଦାର ଅପରାଧୀ ଭାବେ ୪୨ ଜଣଙ୍କୁ ଗିରଫ କରିସାରିଛି ପୋଲିସ । ସେହିପରି ଚେକିଂ ବେଳେ ୨୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରବ୍ଦ ପାଇଁ ଆରଟିଓକୁ ପ୍ରସ୍ତାବ ଦେଇଛି ପୋଲିସ । ଏଥିସହ ନିଶା ଦ୍ରବ୍ୟ କାରବାର ନେଇ ୨୦୮ ଜଣଙ୍କୁ ଗିରଫ କରିଥିବା ବେଳେ ବେଆଇନ ବନ୍ଧୁକ କାରବାର ମାମଲାରେ ୭ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।