ଭୁବନେଶ୍ବର: ବିଧାନସଭାର ଶୂନ୍ୟକାଳରେ ପାଟକୁରା ନିର୍ବାଚନକୁ ନେଇ ଆଲୋଚନା । ମନ୍ତ୍ରୀ ଓ ଶାସକ ବିଧାୟକଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।
ପାଟକୁରା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଆରମ୍ଭ କରିଛନ୍ତି । ଏପରି ସ୍ଥଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାକୁ ଯାଇ ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବା ଆଚରଣ ବିଧି ଉଲ୍ଲଘଂନ ହେବା କଥା କହିଛନ୍ତି । ଏହାସହ 15 ତାରିଖରେ ଭତ୍ତା ବାଣ୍ଟିବ ଘୁଞ୍ଚା ଯାଇ 17 ତାରିଖରେ, ନବୀନ ପାଟକୁରା ଯାଇ ବାଣ୍ଟୁଛନ୍ତି , ଯାହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା ବୋଲି ସେ କହିଛନ୍ତି । ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶର ବିରୋଧୀ ବିଜେଡି ପାଲଟିଛି ବୋଲି ସେ କହିଛନ୍ତି । ସରକାର ଆଚରଣ ବିଧି ଲାଗୁ ହୋଇଥିବାରୁ ଭତ୍ତା ବଣ୍ଟନ ବନ୍ଦ କରନ୍ତୁ ବୋଲି ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।