ଓଡିଶା

odisha

ETV Bharat / state

ଇସ୍ତାହାର ଉନ୍ମୋଚନ କଲେ, ବିଜେପି ଉପରେ ବର୍ଷିଲେ

ଚଳିତ ନିର୍ବାଚନ ପାଇଁ ମଙ୍ଗଳବାର ଇସ୍ତାହାର ଜାରି କରିଛି ବିଜେଡି । ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା ପତ୍ର ଜାରି କରିଛନ୍ତି । ନବୀନ ଓଡିଶା, ସଶକ୍ତ ଓଡିଶା ଶୀର୍ଷକ ଏହି ଘୋଷଣା ନାମାରେ ବିଜେଡି ବଡ ବଡ ପ୍ରତିଶ୍ରୁତି ଦେଇଛି ।

By

Published : Apr 9, 2019, 11:53 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚଳିତ ନିର୍ବାଚନ ପାଇଁ ମଙ୍ଗଳବାର ଇସ୍ତାହାର ଜାରି କରିଛି ବିଜେଡି । ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା ପତ୍ର ଜାରି କରିଛନ୍ତି । ନବୀନ ଓଡିଶା, ସଶକ୍ତ ଓଡିଶା ଶୀର୍ଷକ ଏହି ଘୋଷଣା ନାମାରେ ବିଜେଡି ବଡ ବଡ ପ୍ରତିଶ୍ରୁତି ଦେଇଛି । ଏହା ସହିତ ଗତ ନିର୍ବାଚନର ସମସ୍ତ ପ୍ରତିଶ୍ରୁତି ଦଳ ପାଳନ କରିଛି ବୋଲି ଖୋଦ ଦଳର ସୁପ୍ରିମୋ କହିଛନ୍ତି । ତେବେ ଇସ୍ତାହର ପତ୍ର ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ବିଜେଡି ଯାହା କୁହେ ତାହା କରେ, କିନ୍ତୁ ବିଜେପି ପ୍ରତିଶ୍ରୁତି ପାଳନ କରିନଥାଏ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେପି ଓ କଂଗ୍ରେସ ପରେ ବିଜେଡି ପ୍ରକାଶ କରିଛି ଚଳିତ ସାଧାରଣ ନିର୍ବାଚନ ପାଇଁ ନିଜର ନିର୍ବାଚନୀ ଇସ୍ତାହାର । 2019 ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ବିଜେଡି ପାଳନ କରିବ। ଅନ୍ୟ ଦଳ ବିଶେଷ କରି ବିଜେପି ପରି ନିର୍ବାଚନୀ ପ୍ରତିଶ୍ରୁତି ପାଳନରୁ ବିଜେଡି ଓହରିବ ନାହିଁ ବୋଲି ଇସ୍ତାହର ଉନ୍ମୋଚନ ପ୍ରତିକ୍ରିୟାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେଡିର ନିର୍ବାଚନ ଇସ୍ତାହାରରେ କୃଷି, ମହିଳା, ଚାଷୀ ଓ ଯୁବଛାତ୍ରଙ୍କ ସଶକ୍ତିକରଣକୁ ପ୍ରାଧାନ୍ୟ ଦିଆଯାଇଛି । ଜନମତ ଆଧାରରେ ସୃଷ୍ଟି ହୋଇଥିବା ଏହି ଇସ୍ତାହାରରେ କାଳିଆ ସହ ମମତା, ଆହାର, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ, ମିଶନ ଶକ୍ତି, ଆମ ଗାଁ ଆମ ବିକାଶ, ପିଠା ଆଦି ଯୋଜନା ପୂର୍ବଭଳି ଜାରି ରହିବ ବୋଲି କହିଛନ୍ତି ଦଳର ଇସ୍ତାହାର କମିଟି ଆବାହକ ଅମର ପଟ୍ଟନାୟକ ।

ସେହିପରି ବିଜେପିକୁ ଟାର୍ଗେଟ କରି ଇସ୍ତାହାରରେ କୁହାଯାଇଛି, ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ଯା ଦେବା ପାଇଁ ବିଜେପି କହିଥିଲା ତାହା ପାଳନ ତ କଲାନି, କିନ୍ତୁ ଏଥରର ଇସ୍ତାହାରରେ ମଧ୍ୟ ଏହି ପ୍ରସଙ୍ଗ ସ୍ଥାନ ପାଇନାହିଁ । ତେଣୁ ଗତ ନିର୍ବାଚନରେ ବିଜେପି ଓଡିଶାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ପ୍ରତାରଣାରେ ପରିଣତ ହୋଇଛି ବୋଲି ବିଜେଡି କହିଛି।

ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ

ABOUT THE AUTHOR

...view details