ଓଡିଶା

odisha

ETV Bharat / state

ଓଡିଶାରେ କେନ୍ଦ୍ରୀୟ ଟିମ, ବିଜୁଳି ଓ ଟେଲିକମ ସେବା ଉପରେ ଗୁରୁତ୍ବାରୋପ

ଆଜି ସନ୍ଧ୍ୟା ସୁଦ୍ଧା ପୁରୀରେ ବ୍ୟାଙ୍କ ସେବା ସ୍ବଭାବିକ ହେବ । ଇଣ୍ଟରନେଟ ସୁବିଧା ନଥିଲେ ଅଫଲାଇନ ମାଧ୍ୟମରେ କାମ କରିବା ଉପରେ ଗୁରୁତ୍ବାରୋପ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : May 13, 2019, 3:01 PM IST

ଭୁବନେଶ୍ବର: ସଚିବାଳୟରେ ‘ଫନି’ ପରବର୍ତ୍ତୀ ଅବସ୍ଥା ଉପରେ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ । ଖୁବଶୀଘ୍ର ସ୍ଥିତି ସ୍ବାଭାବିକ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ଟିମ । ପୁରୀ, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁରକୁ ବାଦ ଦେଲେ ଅନ୍ୟ ସମସ୍ତ ସ୍ଥାନରେ 80 ପ୍ରତିଶତ ଟେଲିକମ ସେବା ସ୍ବାଭାବିକ ହୋଇଥିବା କହିଛନ୍ତି ଅତିରିକ୍ତ ଟେଲିକମ ସେକ୍ରେଟାରୀ ଅଂଶୁ ପ୍ରକାଶ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

2 କୋଟି ମାଗଣା ଏସଏମଏସ କରାଯାଇଛି । 10 ଲକ୍ଷ ମାଗଣା ରୋମିଙ୍ଗ କଲର ବ୍ୟବସ୍ଥା ହୋଇଛି । ପୁରୀ ଓ ଖୋର୍ଦ୍ଧାକୁ ବାଦ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ଲ୍ୟାଣ୍ଡଲାଇନ ବ୍ୟବସ୍ଥା ହୋଇସାରିଥିବା ସେ ସୂଚନା ଦେଇଛନ୍ତି ।

ସେହିପରି ଶକ୍ତି ସଚିବ ଅଜୟ ଭଲ୍ଲା କହିଛନ୍ତି, ପୁନରୁଦ୍ଧାର ନେଇ ନିର୍ଦ୍ଦିଷ୍ଟ ସମୟସୀମା କହିହେବନାହିଁ । କିନ୍ତୁ ଯଥାଶୀଘ୍ର ବ୍ୟାଙ୍କ, ଟେଲିକମ ଓ ବିଜୁଳି ସେବା ସ୍ବାଭାବିକ କରିବାକୁ ଉଦ୍ୟମ କରାଯାଉଛି ।

ତେବେ ଆଜି ସନ୍ଧ୍ୟା ସୁଦ୍ଧା ପୁରୀରେ ବ୍ୟାଙ୍କ ସେବା ସ୍ବଭାବିକ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ଯଦି ଇଣ୍ଡରନେଟର ସମସ୍ୟା ରୁହେ, ତେବେ ଅଫଲାଇନ ମାଧ୍ୟମରେ ବ୍ୟାଙ୍କ କାମ କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details