ଭୁବନେଶ୍ୱର: ଖୁବ୍ ଶୀଘ୍ର ଓଡିଶାକୁ ଛୁଟିବ କେନ୍ଦ୍ରୀମନ୍ତ୍ରୀଙ୍କ ସୁଅ। ଆସନ୍ତା ୧୪ରୁ ୨୧ ଯାଏଁ ରାଜ୍ୟରେ ପଡିବ ବିଜେପିର କେନ୍ଦ୍ରୀୟ ନେତାଙ୍କ ଡେରା। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ସମାବେଶ କରିବ ଦଳ।
ରାଜ୍ୟ ବିଜେପିର ସୂଚନା ଅନୁଯାୟୀ, ୧୪ରେ କେନ୍ଦ୍ରମନ୍ତ୍ରୀ ରାମକୃପାଳ ଯାଦବ ଟିଟିଲାଗଡ଼ ଓ ରାଉରକେଲାଠାରେ ପରିବର୍ତ୍ତନ ସମାବେଶରେ ଯୋଗ ଦେବେ। ଏହାପରେ ୧୫ରେ ସମ୍ବଲପୁର ଆସିବେ ଅମିତ ଶାହ। । ୧୭ରେ ଭଦ୍ରକଠାରେ ହେବାକୁ ଥିବା ସାଧାରଣ ସଭାରେ ଉଦ୍ବୋଧନ ଦେବେ ଗୃହମନ୍ତ୍ରୀ ରାଜନାଥ ସିଂ। ସେହିପରି ୨୦ରେ ଭବାନୀପାଟଣା ଓ ନାଚୁଣି ଠାରେ କାର୍ଯ୍ୟକର୍ତ୍ତା ସମାବେଶରେ ସାମିଲ ହେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।