ଓଡିଶା

odisha

ETV Bharat / state

72 ବର୍ଷରେ ପାଦ ଦେଲା ରାଜଧାନୀ ଭୁବନେଶ୍ବର - ସ୍ମାର୍ଟସିଟି

72 ବର୍ଷରେ ପାଦ ଦେଲା ରାଜଧାନୀ ଭୁବନେଶ୍ବର । ଶନିବାର ସ୍ମାର୍ଟସିଟି ଭୁବନେଶ୍ବର ପାଳନ କରୁଛି ନିଜର 72ତମ ଜନ୍ମଦିନ । ଏହି ଅବସରରେ ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 14, 2019, 12:13 AM IST

ଭୁବନେଶ୍ବର: 72 ବର୍ଷରେ ପାଦ ଦେଲା ରାଜଧାନୀ ଭୁବନେଶ୍ବର । ଶନିବାର ସ୍ମାର୍ଟସିଟି ଭୁବନେଶ୍ବର ପାଳନ କରୁଛି ନିଜର 72ତମ ଜନ୍ମଦିନ । ଏହି ଅବସରରେ ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଖାସ୍‌ କରି ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଏଥର ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ନିରାଡ଼ମ୍ବର ସହ ପାଳନ କରାଯାଇଛି ରାଜଧାନୀର ଜନ୍ମଦିନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

1948 ମସିହା ଏପ୍ରିଲ 13ରେ ଏକାମ୍ର କ୍ଷେତ୍ରରେ ରାଜଧାନୀର ଶିଳାନ୍ୟାସ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ । ଉତ୍କଳ ପ୍ରଦେଶର ଅନ୍ୟତମ ପୁରୋଧା ହରେକୃଷ୍ଣ ମହତାବ ଓ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ବରେ ଭୁବନେଶ୍ବରକୁ ନେଇ ଏକ ନୂଆ ସହରର ପରିକଳ୍ପନା କରାଯାଇଥିଲା । ଭୁବନେଶ୍ବରକୁ ସୁନ୍ଦର, ସବୁଜିମା ଏବଂ ଯୋଜନାବଦ୍ଧ ସହରର ଲକ୍ଷ୍ୟ ନେଇ ସେତେବେଳେ ସ୍ବପ୍ନ ଦେଖାଯାଇଥିଲା ସତ ହେଲେ ବାସ୍ତବତା ଠିକ ଓଲଟା ।

ବିକାଶର ବାସ୍ତବତା ଏବେ ବି ଗୋଲାପୀ ଚିତ୍ର ଭିତରେ ସୀମିତ । ସ୍ମାର୍ଟସିଟିର ମାନ୍ୟତା ପାଇଥିଲେ ବି ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା କ୍ଷେତ୍ରରେ ଅନ୍ୟ ସମସାମୟିକ ସହର ତୁଳନାରେ ପଛରେ ପଡିଯାଇଛି ଭୁବନେଶ୍ବର । ସେତେବେଳେ 50 ହଜାର ଜନସଂଖ୍ୟାକୁ ନେଇ ଗଢି ଉଠିଥିବା ଭୁବନେଶ୍ବର ଆଜି 10 ଲକ୍ଷ ଲୋକସଂଖ୍ୟାରୁ ଊର୍ଦ୍ଧ୍ବରେ ପହଞ୍ଚିଛି । ତେବେ ଭୁବନେଶ୍ବର ବାସିନ୍ଦାଙ୍କ ଆଶା ଆଗକୁ ବିକାଶ ହେବ ପ୍ରଗତିଶୀଳ ଓ ବଦଳିବ ସହରର ଚେହେରା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details