ଓଡିଶା

odisha

ETV Bharat / state

ଆଇଏଏସ୍‌ ସ୍ତରରେ ବଡ ଧରଣର ଅଦଳବଦଳ

ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

By

Published : Mar 3, 2019, 8:08 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ କମର୍ସିଆଲ ଟ୍ୟାକ୍ସ ଓ ଜିଏସ୍‌ଟି କମିଶନ ଭାବେ ଦାୟିତ୍ବ ମିଳିଛି । ଏଥିସହ ସେ ପୂର୍ବଭଳି ସ୍ବତନ୍ତ୍ର ରିଲିଫ କମିଶନର ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ । ତେବେ ଶାଶ୍ବତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ ଦାୟିତ୍ବ ଦିଆଯାଇଛି ।

ସେହିଭଳି କ୍ରିଶନ କୁମାରଙ୍କ ଠାରୁ କୃଷି ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ବ କାଢି ନିଆଯାଇ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ମତ୍ସ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସେନାପତିଙ୍କୁ ବୋର୍ଡ ଅଫ୍‌ ରେଭେନ୍ୟୁର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ବଦଳରେ ରତ୍ନାକର ରାଉତଙ୍କୁ ମତ୍ସ୍ୟ ନିର୍ଦ୍ଦେଶକ ଦାୟିତ୍ବ ଦିଆଯ।ଇଛି ।

ଅନ୍ୟପଟେ ବଲୱନ୍ତ ସିଂଙ୍କୁ କୃଷି ମାର୍କେଟିଂ ନିର୍ଦ୍ଦେଶକ ସହ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ପଦବୀ ଦାୟିତ୍ବ ଦିଆଯାଇଛି । ପ୍ରେମଚାନ୍ଦ ଚୌଧୁରୀଙ୍କୁ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସହିତ ବିଜୁ ଯୁବ ବାହିନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ (ଏସ୍‌ଆଇଆର୍‌ଡି)ର ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି । ଏଥିସହ ଖାଉଟି ବ୍ୟାପାର ନିର୍ଦ୍ଦେଶକ ଭାବେ ମଧ୍ୟ ସେ ଦାୟିତ୍ବ ତୁଲାଇବା ନେଇ ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details