ଓଡିଶା

odisha

ETV Bharat / state

ବଜେଟ: ଜାଣନ୍ତୁ, ଶିକ୍ଷା-କ୍ରୀଡା ବିକାଶ ଓ ଗ୍ରାମ୍ୟ ଉନ୍ନୟନକୁ ମିଳିଲା କେତେ ? - rural development

ଶିକ୍ଷା, କ୍ରୀଡାର ବିକାଶ ଓ ଗ୍ରାମ୍ୟ ଉନ୍ନୟନ ନିମନ୍ତେ ହୋଇଥିବା ସମସ୍ତ ଯୋଜନା ବିଷୟରେ କହିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା । ତେବେ ନଜର ପକାନ୍ତୁ ଉପରୋକ୍ତ କାର୍ଯ୍ୟକ୍ରମ ପାଇଁ କେତେ ବ୍ୟୟ ବରାଦ ହୋଇଛି ?

ଡିଜାଇନ ଫଟୋ

By

Published : Feb 9, 2019, 7:28 AM IST

ଭୁବନେଶ୍ବର: ପଞ୍ଚଦଶ ବିଧାନସଭାର ବଜେଟ ଅଧିବେଶନରେ ଗୁରୁବାର ଅନ୍ତରୀଣ ବଜେଟ 2019-20 ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଆଗତ ହୋଇଛି । ଶିକ୍ଷା, କ୍ରୀଡାର ବିକାଶ ଓ ଗ୍ରାମ୍ୟ ଉନ୍ନୟନ ନିମନ୍ତେ ହୋଇଥିବା ସମସ୍ତ ଯୋଜନା ବିଷୟରେ କହିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା । ତେବେ ନଜର ପକାନ୍ତୁ ଉପରୋକ୍ତ କାର୍ଯ୍ୟକ୍ରମ ପାଇଁ କେତେ ବ୍ୟୟ ବରାଦ ହୋଇଛି ?

ଶିକ୍ଷା

ଗ୍ରାମାଞ୍ଚଳରେ ଛାତ୍ରମାନଙ୍କୁ ଉଚ୍ଚମାନର ଇଂରାଜୀ ଭାଷା ମାଧ୍ୟମରେ ଶିକ୍ଷା ପ୍ରଦାନ ନିମନ୍ତେ ପ୍ରତ୍ୟେକ ପଞ୍ଚାୟତ ସମିତିରେ ଗୋଟିଏ ଲୋଖାଏଁ ଓଡିଶା ଆଦର୍ଶ ବିଦ୍ୟାଳୟ ଉପଲବ୍ଧ କରାଇବା ଲକ୍ଷରଖି 28ଟି ଜିଲ୍ଲାରେ 190ଟି ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଓ ସ୍କୁଲ ପୋଷାକ ସଙ୍ଗେସଙ୍ଗେ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନିମନ୍ତେ ମାଗଣା ସାଇକେଲ ଯୋଗାଇ ଦିଆଯାଉଛି । pre ଓ post-matric ଛାତ୍ରବୃତ୍ତି ସହିତ ରାଜ୍ୟ ସରକାର ମେଧାବୀ ଛାତ୍ର ଓ ଉଚ୍ଚମାନର ବିଦ୍ୟାଳୟ ପାଇଁ 3ଟି ନୂତନ ପୁରସ୍କାର ଯଥା: ମୁଖ୍ୟମନ୍ତ୍ରୀ ମେଧାବୃତ୍ତି, ଓଡିଆ ଭାଷା ବୃତ୍ତି ଏବଂ ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ପ୍ରଚଳନ କରିଛନ୍ତି ।

ବିଦ୍ୟାଳୟ, ମହାବିଦ୍ୟାଳୟ, ଓ ବିଶ୍ବବିଦ୍ୟାଳୟ ମାନଙ୍କରେ ବହୁ ସଂଖ୍ୟକ ପଦବୀ ସୃଷ୍ଟି ଓ ପୁରଣ କରାଯାଇଛି ଏବଂ ଭିତ୍ତିଭୂମିର ଉନ୍ନ୍ୟନ କାର୍ଯ୍ୟକ୍ରମେ କରାଯାଉଛି । ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଆମେ 8ଟି ଆଦର୍ଶ ଡିଗ୍ରୀ ସ୍ତରୀୟ ମହାବିଦ୍ୟାଳୟ ଶିକ୍ଷାଦୃଷ୍ଟିରୁ ଅନଗ୍ରସର ଜିଲ୍ଲାମାନଙ୍କରେ ପ୍ରତିଷ୍ଠା କରିଛୁ ଏବଂ ଆଉ 6ଟି ଡିଗ୍ରୀ ସ୍ତରୀୟ ମହାବିଦ୍ୟାଳୟ ପ୍ରତିଷ୍ଠା କରିବାର ଯୋଜନା ଅଛି । ବିଗତ 6 ବର୍ଷ ମଧ୍ୟରେ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ 90 ହଜାର ଲାପଟପ ବିତରଣ କରାଯାଇଛି ।

କ୍ରୀଡାର ବିକାଶ

ନିକଟରେ ଓଡିଶା ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରି ଏକ ପ୍ରମୁଖ କ୍ରୀଡାକେନ୍ଦ୍ର ଭାବେ ପରିଚୟ ଲାଭ କରିଛି । 2018 ମସିହାରେ ଆୟୋଜିତ ଓଡିଶା ପୁରୁଷ ବିଶ୍ବ କପ୍‌ ହକି, ବିଶ୍ବ କପ୍‌ ହକି ଆୟୋଜନ ଇତିହାସରେ ଏବ ସର୍ବୋତ୍ତମ ଆୟୋଜନ ବୋଲି ବିଶ୍ବରେ ଆଦୃତ ହୋଇଛି ।

ପ୍ରତ୍ୟେକ ଜିଲ୍ଲାରେ ସମସ୍ତ ସୁବିଧାର ଏକକୀକରଣ କରାଯାଇ sports complex ନିର୍ମାଣ କରିବା ପାଇଁ ଯୋଜନା କରାଯାଇଛି । କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ଭଳି ପ୍ରମୁଖ ସହର ମାନଙ୍କରେ ବିଶ୍ବସ୍ତରୀୟ satellite stadium ନିର୍ମାଣ କରାଯିବ । ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାର 17ଟି ବ୍ଲକରେ କୃତ୍ରିମ ଘାସ ହକି ପଡିଆ ନିର୍ମାଣ କରିବା ପାଇଁ ଯୋଜନା ରହିଛି ।

ଗ୍ରାମ୍ୟ ଉନ୍ନୟନ

ଆମ ସରକାର ଗ୍ରାମୀଣ ଆବାସ ଯୋଜନା ମାଧ୍ୟମରେ 20 ଲକ୍ଷ ପକ୍କା ଘର ଯୋଗାଇ ଦେଇଛନ୍ତି ଏବଂ ଆମେ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଗ୍ରାମାଞ୍ଚଳର ସମସ୍ତ କଚ୍ଚାଘରକୁ ପକ୍କାଘରରେ ପରିଣତ କରିବା ପାଇଁ ପ୍ରତିଶୃତି ବଦ୍ଧ । "ବସୁଧା" ଯୋଜନା ମାଧ୍ୟମରେ ପ୍ରତ୍ୟେକ ଜନବସତି ନିମନ୍ତେ ସ୍ବଚ୍ଛ ପାନୀୟ ଜଳ ପର୍ଯ୍ୟାପ୍ତ ପରିମାଣର ଯୋଗାଇ ଦେବାକୁ ଆମ ସରକାର ଅଙ୍ଗୀକାରବଦ୍ଧ ।

ପ୍ରଶାସନ ସହିତ ଜନସାଧାରଣଙ୍କର ଯୋଗସୂତ୍ର ସ୍ଥାପନ କରିବା ପାଇଁ ଆମ ଗାଁ ଆମ ବିକାଶ ନାମକ ଅକ ଅଭିନବ ଯୋଜନା ମାଧ୍ୟମରେ ଆମେ ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ମାନଙ୍କୁ ଅନ୍ତର୍ଭୁକ୍ତ କରି ପାରିଛୁ ଓ ଏଥିନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରାମବାସୀମାନଙ୍କ ସଙ୍ଗେ ଭିଡିଓ କନଫେରେନ୍ସି ମାଧ୍ୟମରେ ସିଧାସଳଖ ଆଲୋଚନା କରି 1 ହଜାର 5 ଶହ 54 କୋଟି ଟଙ୍କାର ପ୍ରକଳ୍ପ ମଞ୍ଜରୁ କରିଛନ୍ତି । ଜନସାଧାରଣଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ଓ କାର୍ଯକ୍ରମ ସମ୍ବନ୍ଧରେ ସଚେତନ କରିବା ସହିତ ବିଭିନ୍ନ ଯୋଜନାର ଯୋଗ୍ୟ ହିତାଧିକାରୀମାନଙ୍କୁ ସୋମାନଙ୍କର ପ୍ରାପ୍ୟ ସୁନିଶ୍ଚିତ କରିବା ପାଇଁ "ପିଠା" ଏକ ଅଭିନବ ପ୍ରୟାସ । ଏହି ଦୁଇଟି ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର 3-ଟି ମନ୍ତ ପ୍ରତି ଆମର ପ୍ରତିବଦ୍ଧତାର ବଳିଷ୍ଠ ଉଦାହରଣ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ନ୍ୟୁଜ

ABOUT THE AUTHOR

...view details