ଓଡିଶା

odisha

ETV Bharat / state

ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ସନ୍ତୁଷ୍ଟ କରିଛି ବିଜେପି

ନିର୍ବାଚନ ପୂର୍ବର ଦଳ ଛାଡିଛନ୍ତି କେତେକ ନେତା । ଦଳରେ ଅଣଦେଖା ତଥା କୋଣଠେସା ଯୋଗୁ ଦଳ ଛାଡିଥିବା ବେଳେ ବିଜେପିରେ ସାମିଲ ହୋଇଥିଲେ ବହୁନେତା । ତେବେ ଗତକାଲି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଅସୁନ୍ତଷ୍ଟ ନେତାଙ୍କୁ ଦଳ ଟିକେଟ ଦେଇଛି ।

By

Published : Mar 22, 2019, 11:02 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା ନେତାଙ୍କୁ ସନ୍ତୁଷ୍ଟ କରୁଛି ବିଜେପି । ବିଜେଡି ଓ କଂଗ୍ରେସ ଛାଡି ପଦ୍ମ ଧରିଥିବା ନେତାଙ୍କୁ ଥଇଥାନ କରାଯାଇଛି । ଏପରିକି ଦଳ ପକ୍ଷରୁ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ଭଳି ଟିକେଟ ପ୍ରଦାନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ, ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ଏରସମା-ବାଲିକୁଦାରୁ ନିର୍ବାଚନ ଲଢିବେ । ନିଜ ଅଞ୍ଚଳରୁ ନିର୍ବାଚନ ଲଢୁଥିବାରୁ ସେଠାରେ ତାଙ୍କର ଦବଦବା ରହିଛି । ସେହିପରି ସାଲେପୁର ନିର୍ବାଚନ ମଣ୍ଡଳୀରୁ ପ୍ରକାଶ ବେହେରା, ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ କୁସୁମ ଟେଟେ, ସିମୁଳିଆରୁ ପଦ୍ମଲୋଚନ ପଣ୍ଡା, ଯାଜପୁରରୁ ଗୌତମ ରାୟ, ମାହାଙ୍ଗାରୁ ଶାରଦା ପ୍ରଧାନ, ବ୍ରହ୍ମଗିରି ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଏକାମ୍ରରୁ ବାବୁ ସିଂ, ପାରଳାଖେମୁଣ୍ଡି କେ. ନାରାୟଣ ରାଓ ଭଳି ନେତାଙ୍କୁ ତାଙ୍କ ପସନ୍ଦ ମୁତାବକ ଆସନ ଦିଆଯାଇଛି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details