ଓଡିଶା

odisha

ETV Bharat / state

ଶାସକ ଦଳର ଗୁଣ୍ଡାରାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି - ବିଜେଡି

ସୂଚନା ଅନୁଯାୟୀ ରବିବାର ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଯାହାକି ଶାସକ ଦଳର ଗୁଣ୍ଡାମାନେ କରିଥିବାର ଅଭିଯୋଗ ଆଣିଛି ବିଜେପି । ଜଗନ୍ନାଥଙ୍କ ଗାଡି ଉପରେ ଶାସକ ଦଳର ଗୁଣ୍ଡାମାନେ ବୋମାମାଡ କରିବା ସହ ଢେଲାମାଡ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 22, 2019, 4:06 AM IST

ଭୁବନେଶ୍ବର: ନିର୍ବାଚନକୁ ନେଇ ବିଭିନ୍ନ ଦଳମାନଙ୍କର ଚାଲିଛି ମାରାଥନ ପ୍ରଚାର । ରୋଡ ଶୋ’ଠାରୁ ଆରମ୍ଭ କରି ଦଳୀୟ ସମାବେଶରେ ଚାଲିଛି ଦଳ ପାଇଁ ଭୋଟ ଭିକ୍ଷା । ହେଲେ ନିର୍ବାଚନୀ ମାହୋଲକୁ ଏବେ ଘାରିଛି ବୋମାମାଡର ଆତଙ୍କ । ରବିବାର ତିନି ଦଳର ପ୍ରାର୍ଥୀଙ୍କ ଉପରେ ବୋମାମାଡ ହେବା ପରେ ଏବେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା କାର୍ଯ୍ୟକ୍ରମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ ରବିବାର ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଯାହାକି ଶାସକ ଦଳର ଗୁଣ୍ଡାମାନେ କରିଥିବାର ଅଭିଯୋଗ ଆଣିଛି ବିଜେପି । ଜଗନ୍ନାଥଙ୍କ ଗାଡି ଉପରେ ଶାସକ ଦଳର ଗୁଣ୍ଡାମାନେ ବୋମାମାଡ କରିବା ସହ ଢେଲାମାଡ କରିଛନ୍ତି । ଏଥିସହ ସମଗ୍ର ରାଜ୍ୟରେ ଶାସକ ଦଳ କ୍ରମାଗତ ଭାବେ ଏପରି ହିଂସାକାଣ୍ଡ ଘଟାଇ ହିଂସାର ବାତାବରଣ ସୃଷ୍ଟି କରୁଥିବା ମଧ୍ୟ ଅଭିଯୋଗ ଆଣିଛି ଦଳ ।

ରାଜ୍ୟରେ କ୍ରମାଗତ ଭାବେ ଅନେକ ଥର ଶାସକ ଦଳ ଏପରି କାଣ୍ଡ ଘଟାଇଥିବା ବେଳେ ଶାସକ ଦଳର ଏପରି ତାଲିବାନି ଗୁଣ୍ଡାରାଜକୁ ଦମନ କରିବା ପାଇଁ ବିଜେପି ଦାବି କରିଛି । ଏଥିସହ ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରିଛି ।

ଏହା ପୂର୍ବରୁ ମଧ୍ୟ ଶାସକ ଦଳର ଗୁଣ୍ଡାରାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ଅଭିଯୋଗ କରିଆସିଛି । ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଶାସକ ଦଳକୁ ସୁହାଇଲା ଭଳି ସମସ୍ତ ଘଟଣାରେ ଚୁପ ରହିଛନ୍ତି । ଯାହାର ପରିଣାମରେ ରବିବାର ପୁଣି ଏପରି ବର୍ବରକାଣ୍ଡ ଘଟିଛି ।

ତେବେ ଏହି ଘଟଣା ପରେ ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଘୋଷଣା କରିବା ସହ ସମସ୍ତ ବୁଥ୍‌ରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ଓ ପ୍ରାର୍ଥୀମାନଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରିଛି ବିଜେପି । ପ୍ରକାଶ ଯେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ଉଚ୍ଚସ୍ତରୀୟ ଦଳରେ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ଭୁବନେଶ୍ବର ଲୋକସଭା ପ୍ରାର୍ଥୀନୀ ଅପରାଜିତା ଷଡଙ୍ଗୀ, ମୁଖପାତ୍ର ଗୋଲକ ମହାପାତ୍ର ଓ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details