ଓଡିଶା

odisha

ETV Bharat / state

ପଶ୍ଚିମ ଓଡ଼ିଶାରେ ବିପର୍ଯ୍ୟୟ: ବିଜେଡି ସୁପ୍ରିମୋଙ୍କ ରିପୋର୍ଟ ତଲବ

ନିର୍ବାଚନରେ ପଶ୍ଚିମ ଓଡିଶାରେ ଦଳର ବିପର୍ଯ୍ୟୟ କ’ଣ ପାଇଁ ହେଲା ? ସେ ନେଇ ରିପୋର୍ଟ ମାଗିଛନ୍ତି ବିଜେଡି ସୁପ୍ରିମୋ ।

By

Published : May 27, 2019, 9:01 PM IST

Updated : May 28, 2019, 11:35 AM IST

ଫାଇଲ ଫଟୋ

ଭୁବନେଶ୍ବର: 19 ମହାସମରରେ ସମଗ୍ର ରାଜ୍ୟରେ ବିଜେଡି ଜବରଦସ୍ତ ଜଲଓ୍ଵା ଦେଖେଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ଦଳକୁ ଲାଗିଛି ଶକ୍ତ ଝଟକା । ଏଠାକାର ସମସ୍ତ ଲୋକସଭା ଆସନକୁ ବିଜେଡି ହାତରୁ ଛଡାଇ ନେଇଛି ବିଜେପି । ତେବେ ବରଗଡ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ସମସ୍ତ ବିଧାନସଭା ଆସନରେ ବିଜେଡିର ସମସ୍ତ ଆଶାୟୀ ବିଧାୟକ ଭାବେ ଜିତିଥିଲେ ମଧ୍ୟ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିର୍ବାଚନରେ କଣ ପାଇଁ ଦଳ ଏପରି ବିପର୍ଯ୍ୟୟର ସାମ୍ନା କଲା ? ସେ ନେଇ ରିପୋର୍ଟ ମାଗିଛନ୍ତି ବିଜେଡି ସୁପ୍ରିମୋ । ପଶ୍ଚିମ ଓଡିଶାର କେଉଁ ବିଧାନସଭାରେ ବିଧାୟକଙ୍କୁ ଓ ଲୋକସଭା ପ୍ରାର୍ଥୀଙ୍କୁ କେତେ ଭୋଟ ମିଳିଛି ସେ ନେଇ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନବୀନ ନିବାସରେ ରବିବାର ବରଗଡ, ସୁନ୍ଦରଗଡ, କଳାହାଣ୍ଡି ଏବଂ ବଲାଙ୍ଗୀର ଲୋକସଭା ଏବଂ ଏହା ଅଧିନରେ ଆସୁଥିବା ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବୀତା କରିଥିବା ସମସ୍ତ ପରାଜିତ ଓ ବିଜୟୀ ପ୍ରାର୍ଥୀ ପହଞ୍ଚିଥିଲେ । ତେବେ ଏହି ଆସନରେ ଦଳ କଣ ପାଇଁ ପରାଜୟ ସାମ୍ନା କଲା ତାହାର କାରଣ ଏବେ ଖୋଜା ଚାଲିଛି । ତେବେ ଅନ୍ତର୍ଘାତୀ କାର୍ଯ୍ୟ କିମ୍ବା ଷଡଯନ୍ତ୍ର ପାଇଁ ଯଦି ଦଳ ଏଠାରେ ଖରାପ ପ୍ରଦର୍ଶନ କରିଛି ତେବେ ଏହା ବିରୋଧରେ କଠୋର ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଦିଆଯାଇଛି ।

ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ମାତ୍ ଖାଇଛି ବିଜେଡି । ଏପରିକି ଆଶାନୁରୂପ ସଫଳତା ପାଇ ନାହିଁ ଦଳ । ଗୋଟିଏ ହେଲେ ମଧ୍ୟ ଲୋକସଭା ଆସନ ଦଖଲ କରିବାରେ ସଫଳ ହେଲା ନାହିଁ ଦଳ । କାହିଁକି ପରାସ୍ତ ହେଲା ଦଳ ? ଏହାର ପଛର କାରଣ କଣ ? ଦଳ ମଧ୍ୟରେ ରହି କିଏ କଲା ଅନ୍ତର୍ଘାତୀ କାମ ଏନେଇ ନବୀନ ନିବାସରେ ଚାଲିଛି ମାନସ ମନ୍ଥନ ।

ସୁନ୍ଦରଗଡ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବୀତା କରିଥିବା ସୁନୀତା ବିଶ୍ଵାଳ ଓ ବିଧାୟକ ପ୍ରାର୍ଥୀ ଯୋଗେଶ ସିଂ ହାରିବାର କାରଣ ବଖାଣିଛନ୍ତି । ଏନେଇ ସୁନୀତା କହିଛନ୍ତି, କମ୍ ସମୟ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚି ପାରିଲେ ନାହିଁ । ସେପଟେ ଯୋଗେଶ କହିଛନ୍ତି ପରାଜୟ ନେଇ ସେ ଆତ୍ମସମୀକ୍ଷା କରିବେ ।

ଅନ୍ୟପଟେ ବଲାଙ୍ଗୀରରେ ଦଳର ପରାଜୟ ପାଇଁ ସିଧାସଳଖ ପୂର୍ବତନ ସାଂସଦ କଳିକେଶ ସିଂହ ଦେଓଙ୍କୁ ଦାୟୀ କରିଛନ୍ତି କଣ୍ଟାବାଞ୍ଝିର ପୂର୍ବତନ ବିଧାୟକ ଆୟୁବ୍ ଖାନ୍ । ଏହା ସ୍ପଷ୍ଟ ଯେ ଦଳରେ ରହି ଅନ୍ତର୍ଘାତୀ କାର୍ଯ୍ୟ କରିଥିବା ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବିଜେଡି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : May 28, 2019, 11:35 AM IST

ABOUT THE AUTHOR

...view details