ଓଡିଶା

odisha

ନେତା ଅଲୋଡା, ନିର୍ବାଚନୀ ମୈଦାନରେ ରାଜ୍ୟସଭା ସାଂସଦ

By

Published : Apr 2, 2019, 10:58 PM IST

ବିଜେଡି ଏଥର ସାଧାରଣ ନିର୍ବାଚନରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତଙ୍କୁ ଯଥାକ୍ରମେ ବରଗଡ, କେନ୍ଦ୍ରାପଡା ଓ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଏହାସହ ସାଂସଦ ପ୍ରତାପ କେଶରୀ ଦେବଙ୍କୁ ଆଳି ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖଣ୍ଡପଡା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ।

ଫାଇଲ ଫଟୋ

ଭୁବନେଶ୍ବର: ଆଗାମୀ ନିର୍ବାଚନ ପାଇଁ ଶାସକ ବିଜେଡି ସମସ୍ତ ଲୋକସଭା ଓ 144ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଏଥିରେ କିଛି ନୂଆ ମୁହଁ ସହ ପୁରୁଖା ନେତାଙ୍କୁ ଟିକେଟ୍‌ ମିଳିଛି । ତେବେ ଏଥର ନିର୍ବାଚନରେ ଦଳ ରାଜ୍ୟସଭାରେ ଥିବା 5 ଜଣ ସାଂସଦଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ।

ବିଜେଡି ଏଥର ସାଧାରଣ ନିର୍ବାଚନରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତଙ୍କୁ ଯଥାକ୍ରମେ ବରଗଡ, କେନ୍ଦ୍ରାପଡା ଓ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଏହାସହ ସାଂସଦ ପ୍ରତାପ କେଶରୀ ଦେବଙ୍କୁ ଆଳି ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖଣ୍ଡପଡା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ରାଜ୍ୟସଭାରେ ସୌମ୍ୟ ଓ ଅଚ୍ୟୁତଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ରହିଛି ।

ବିଜେଡିର ସମସ୍ତ ରାଜ୍ୟସଭା ସାଂସଦ

ସେହିପରି ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରତାପ କେଶରୀ ଦେବଙ୍କ ରାଜ୍ୟସଭାରେ କାର୍ଯ୍ୟକାଳ ୨୦୨୨ ଜୁଲାଇ 1 ତାରିଖ ପର୍ଯ୍ୟନ୍ତ ରହିଛି । ଅନୁଭବ ମହାନ୍ତିଙ୍କର କାର୍ଯ୍ୟକାଳ ୨୦୨୦ ଏପ୍ରିଲ ପର୍ଯ୍ୟନ୍ତ ରହିଛି । ଗୋଟିଏ କଥା ଏଠାରେ ସ୍ପଷ୍ଟ ହୋଇଛି ଯେ ଦଳରେ ଅନେକ ଯୋଗ୍ୟ ତଥା ବରିଷ୍ଠ ନେତା ଥିବା ସତ୍ତ୍ଵେ ରାଜ୍ୟସଭାର ୫ ଜଣ ସାଂସଦଙ୍କୁ ଦଳ ପ୍ରାର୍ଥୀ କରିଛି । ଏପରିକି ମାତ୍ର ବର୍ଷକ ପୂର୍ବରୁ ଯାଇଥିବା ୨ ଜଣ ସାଂସଦଙ୍କୁ ଦଳ ନିର୍ବାଚନକୁ ଓହ୍ଲାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details