ଓଡିଶା

odisha

ETV Bharat / state

ପାଟକୁରାରର ବଡ ପ୍ରସଙ୍ଗ, ଅନୁକମ୍ପା ଭୋଟ ବନାମ ଯୋଗ୍ୟତା - ପାଟକୁରା

ଅନୁକମ୍ପା ଭୋଟ ପ୍ରସଙ୍ଗରେ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ଦେଇଥିବା ମନ୍ତବ୍ୟରେ ଆଜି ଏକମତ ହୋଇଛନ୍ତି ବିଜେଡି ଆଶାୟୀ ପ୍ରାର୍ଥୀ ତଥା ଖଦି ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Apr 25, 2019, 8:23 PM IST

ଭୁବନେଶ୍ବର: ପାଟକୁରା କାହାର ହେବ । କିଏ ପିନ୍ଧିବ ବିଜୟ ମୁକୁଟ । ଏପରି ସ୍ଥିତିରେ ଅନୁକମ୍ପା ଭୋଟକୁ ନେଇ ଚାଲିଛି ତର୍କ ବିତର୍କ । ବେଦଙ୍କ ମୃତ୍ୟୁ ପରେ ବିଜେଡି ଅନୁକମ୍ପା ଭୋଟ ପାଇବ ନା ଯୋଗ୍ୟତା । ସେପଟେ ଅଭିଜ୍ଞତା ଦେଖି ଭୋଟର ନେତା ବାଛିବା ନେଇ ମଧ୍ୟ ଚାଲିଛି ପ୍ରଶ୍ନ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଅନୁକମ୍ପା ଭୋଟ ପ୍ରସଙ୍ଗରେ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ଦେଇଥିବା ମନ୍ତବ୍ୟରେ ଆଜି ଏକମତ ହୋଇଛନ୍ତି ବିଜେଡି ଆଶାୟୀ ପ୍ରାର୍ଥୀ ତଥା ଖଦି ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡା ।
ସେ କହିଛନ୍ତି ଯେ, ଅନୁକମ୍ପାମୂଳକ ଭୋଟ ମିଳିବ ନାହିଁ । ଏଠାକାର ଭୋଟର ଯୋଗ୍ୟ ଓ ଦକ୍ଷ ନେତା ଚାହୁଁଛନ୍ତି ।

ପ୍ରକାଶ ଥାଉ ଯେ, ବୁଧବାର ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର କହିଥିଲେ ଯେ ଏଠାରେ ଅନୁକମ୍ପା ଭୋଟ ଆସିବ ନାହିଁ । ଜନତା ଏଥିପ୍ରତି ସଚେତନ ଅଛନ୍ତି ।

ତେଜେଶ୍ବର ଏଠାରୁ ଟିକେଟ ପାଇଁ ଲବି ଚଳାଇଛନ୍ତି । ବିଜୟଙ୍କୁ ହରାଇବାକୁ ହେଲେ ଜଣେ ଦୃଢ଼ ନେତୃତ୍ୱ ଦରକାର ବୋଲି ସେ କହିଛନ୍ତି । କିନ୍ତୁ ଦିବଂଗତ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କ ନାଁ ଏକ ପ୍ରକାର ଚୂଡ଼ାନ୍ତ କରି ସାରିଛି ବିଜେଡି । କେବଳ ଔପଚାରିକ ଘୋଷଣା ବାକି ରହିଛି । ତେବେ ଏନେଇ କିଛି ଦିନ ଧରି ଦଳ ଭିତରେ ଚାଲିଛି ମାନସ ମନ୍ଥନ ।

ସେପଟେ ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ମଧ୍ୟ ତାଙ୍କ ଭାଇଙ୍କ ପାଇଁ ଲବି କରୁଛନ୍ତି । ତେବେ ଏପଟେ ପାରିବାରିକ ରାଜନୀତିକୁ ନେଇ ଆଶାୟୀ ତେଜେଶ୍ୱର ପରିଡା ଖପ୍ପା ଅଛନ୍ତି ।


ବର୍ତ୍ତମାନ ସମୟର ଚର୍ଚ୍ଚିତ ନିର୍ବାଚନୀ ମଣ୍ଡଳୀ ରହିଛି ପାଟକୁରା । ଏଠାକାର ପୂର୍ବତନ ବିଧାୟକ ତଥା ଚଳିତଥରର ବିଜେଡି ବିଧାୟକ ପ୍ରାର୍ଥୀ ସାଜିଥିବା ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ପରେ ରାଜନୀତି ସରଗରମ ହୋଇପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details