ଓଡିଶା

odisha

ନିଶା ପାଇଁ ଏସି ତାର ଲୁଟ କରେ ଡ୍ରାଇଭର

ନିଶା ପାଇଁ ରୂପ ବଦଳାଏ ଡ୍ରାଇଭର । ରାତି ସାରା ଖୋଜିବୁଲେ ଏସି ଘର । ଜଣେ ଯୁବକ ଯିଏ ନିଶା ପାଇଁ ଡ୍ରାଇଭରରୁ ବନିଯାଏ ଚୋର । ଆଉ ଚୋରି କରେ ଏସିରେ ଲାଗିଥିବା ତମ୍ବା ତାର ଆଉ ପାତ।

By

Published : Jun 30, 2019, 5:21 PM IST

Published : Jun 30, 2019, 5:21 PM IST

Updated : Jun 30, 2019, 5:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନିଶା ପାଇଁ ରୂପ ବଦଳାଏ ଡ୍ରାଇଭର । ରାତି ହେଲେ ଦେଖାଏ ନିଜର ଅସଲ ପରିଚୟ । ଖୋଜିବୁଲେ ସହର ସାରା ଏସି ଲାଗିଥିବା ଘର। ଆମେ କହୁଛୁ ଏମିତି ଜଣେ ଯୁବକ ଯିଏକି ନିଶା ପାଇଁ ଡ୍ରାଇଭରରୁ ହୋଇଯାଏ ଚୋର । ଆଉ ଚୋରି କରେ ଏସିରେ ଲାଗିଥିବା ତମ୍ବା ତାର ଆଉ ପାତ। ଆଉ ଏମିତି ଜଣେ ଚୋରକୁ ଗିରଫ କରିଛି କମିଶନରେଟ ପୋଲିସ।

ଯିଏକି ଅନେକ ଦିନ ଧରି ସହର ସାରା ଲୋକଙ୍କ ନିଦ ହଜାଇଥିଲା । ଏସିରେ ଲାଗିଥିବା ଆଉଟଡୋର ଭେଣ୍ଟିଲେଟରରୁ ଏସିକୁ ସଂଯୋଗ କରୁଥିବା ପାଇପ ବା ତମ୍ବାର ପାତ। ଏହାକୁ କାଟି କିଲୋ ପିଛା ସେ ୩୦୦ରୁ ୪୦୦ ଟଙ୍କାରେ ବିକ୍ରି କରେ । ଏହି ଟଙ୍କାରେ ନିଜେ ନିଶା ସେବନ କରୁଥିବା ଜାଣିବାକୁ ପାଇଛି ପୋଲିସ । ଗିରଫ ଯୁବକର ନାମ ଇସ୍ରାଏଲ ବାଗ ଓରଫ ସମୀର, ଘର ବଲାଙ୍ଗିରର ଝାଙ୍କର ପାଲ୍ଲୀ ହୋଇଥିବାବେଳେ ବୟସ 26 ବର୍ଷ ବୋଲି ଜଣାପଡିଛି।

ବଡଗଡ ଥାନା ଅଧିନରେ ଥିବା ବଡଗଡ ବ୍ରିଟ୍ କଲୋନୀର ଅନେକ ଘରର ଏସି, ସରକାରୀ କାର୍ଯ୍ୟାଳୟ, ସବ-ରେଜିଷ୍ଟର ଅଫିସ, ରିଲାଏନସ ଫ୍ରେସ ଭଳି ଅନେକ ଦୋକାନର ଏସି ବାହାର ପଟ ଥିବା ତମ୍ବାତାରକୁ କାଟି ରାତିରେ ଚମ୍ପଟ ମାରେ ଅଭିଯୁକ୍ତ। ଗିରଫ ଯୁବକ ଜଣକ ଡ୍ରାଇଭର ବୋଲି ଜଣାପଡିଛି ଏବଂ ନିଶାସେବନ ପାଇଁ ଏମିତି ଚୋରି କରୁଥିବା କହିଛି ଗିରଫ ଅଭିଯୁକ୍ତ।

ଭୁବନେଶ୍ବରରୁ ତାପସ କୁମାର ପରିଡ଼ା, ଇଟିଭି ଭାରତ

Last Updated : Jun 30, 2019, 5:29 PM IST

ABOUT THE AUTHOR

...view details