ଓଡିଶା

odisha

ETV Bharat / state

ଭୋଟ ଦେଇ ନିଜକୁ ଧନ୍ୟ ମଣୁଛି: ଅନନ୍ତ - bhubaneswar

ନିଶ୍ଚିତ ଭାବରେ ସମସ୍ତେ ଭୋଟ ଦେଇ ଗଣତନ୍ତ୍ରରେ ସାମିଲ ହେବା ଦରକାର । ଭୋଟ ଦେଇ ଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି ଅନନ୍ତ ଜେନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 23, 2019, 10:26 PM IST

ଭୁବନେଶ୍ବର: ମଙ୍ଗଳବାର ରାଜ୍ୟରେ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ । ବିଭିନ୍ନ ହେଭିୱେଟଙ୍କ ହୋଇଛି ଭାଗ୍ୟ ପରୀକ୍ଷା । ସମସ୍ତ ଜିଲ୍ଲାର ହେଭିୱେଟ ପ୍ରାର୍ଥୀ ସବୁ ନିଜ ମତ ସାବ୍ୟସ୍ତ କରିଛନ୍ତି । ଭୁବନେଶ୍ବର, କଟକ, ସମ୍ବଲପୁର, ଢେଙ୍କାନାଳ, ପୁରୀ ଆଦି ସ୍ଥାନରେ ଭୋଟ ଦେଇଥିଲେ ଅନେକ ପ୍ରମୁଖ ନେତା ଓ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜଧାନୀର ଭୋଟର ଧାଡିରେ ଦେଖିବାକୁ ମିଳିଥିଲା ଅନେକ ଚିହ୍ନା ମୁହଁ । ତେବେ ନିଜ ମତଦାନ ସାଭ୍ୟସ୍ତ କରିବାକୁ ବୁଥରେ ପହଁଞ୍ଚିଥିଲେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ୟୁନିଟ 8 ରାଜଭବନ ପ୍ରାଥମିକ ବିଦ୍ୟାଳୟ, ବୁଥ ନମ୍ବର 19ରେ ମତାଦାନ କରିଛନ୍ତି ଅନନ୍ତ । ମତଦାନ କରି ଅନନ୍ତ କହିଛନ୍ତି ଯେ 5 ବର୍ଷରେ ଥରେ ହେଉଥିବା ଏହି ନିର୍ବାଚନୀ ମହାପର୍ବକୁ ଛାଡିବା କଥା ନୁହେଁ । ନିଶ୍ଚିତ ଭାବରେ ସମସ୍ତେ ଭୋଟ ଦେଇ ଗଣତନ୍ତ୍ରରେ ସାମିଲ ହେବା ଦରକାର । ଭୋଟ ଦେଇ ଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି ଅନନ୍ତ ଜେନା ।

ସୂଚନା ଯୋଗ୍ୟ ଯେ ଗତ ରବିବାର ଦିନ ଅନନ୍ତଙ୍କ ଉପରେ ଆକ୍ରମଣ ହୋଇଥିଲା ଓ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ସତ୍ତ୍ବେ ସେ ନିଜର ମତଦାନ କରିବାକୁ ଆସିଥିଲେ ।

ଭୁବନେଶ୍ୱରରୁ ସଞ୍ଜୀବ ରାଏ, ଇଟିଭି ଭାରତ

ABOUT THE AUTHOR

...view details