ଓଡିଶା

odisha

ETV Bharat / state

ସରିନି ନିର୍ବାଚନ: ବିଜୟ ସୁନିଶ୍ଚିତ କହିଲେଣି ତିନି ଦଳ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିନି ହେଲେ ନିର୍ବାଚନୀ ଗଣିତକୁ ନେଇ ଜୋରଦାର ହେଉଛି ରାଜନୈତିକ ବୟାନବାଜି । ସବୁ ଦଳ ସମସ୍ତ ଶଙ୍କା, ଆଶଙ୍କାକୁ ହଟାଇ ବିଜୟ ମୁକୁଟ ପିନ୍ଧିବା ପାଇଁ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି । ସବୁ ଦଳର ଦାବି ସେମାନେ ସମସ୍ତେ ହାସଲ କରିବେ ସଂଖ୍ୟା ଗରିଷ୍ଠତା ।

By

Published : Apr 25, 2019, 9:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

ଭୁବନେଶ୍ବର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିନି ହେଲେ ନିର୍ବାଚନୀ ଗଣିତକୁ ନେଇ ଜୋରଦାର ହେଉଛି ରାଜନୈତିକ ବୟାନବାଜି । ସବୁ ଦଳ ସମସ୍ତ ଶଙ୍କା, ଆଶଙ୍କାକୁ ହଟାଇ ବିଜୟ ମୁକୁଟ ପିନ୍ଧିବା ପାଇଁ ଦମ୍ବୋକ୍ତ ଦେଉଛନ୍ତି । ସବୁ ଦଳର ଦାବି ସେମାନେ ସମସ୍ତେ ହାସଲ କରିବେ ସଂଖ୍ୟା ଗରିଷ୍ଠତା । ବିଜେପି ଓ ବିଜେଡି ତୃତୀୟ ପର୍ଯ୍ୟାୟ ଭୋଟ ପରେ ସଂଖ୍ୟାଗରିଷ୍ଠତା ମିଳିଯାଇଥିବା ଦାବି ରଖୁଥିବା ବେଳେ କଂଗ୍ରେସ ମଧ୍ୟ ସମାନ ଦାବି ଦୋହରାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତିରେ ସେତେ ଜୋର ହେବାରେ ଲାଗିଛି ରାଜନୈତିକ ଅଙ୍କକଷା । ବୁଧବାର ଏକ ନିର୍ବାଚନ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ଜୋର ଧରିଛି ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ରାଜ୍ୟରେ ବିଜେଡି ପୁଣି ଥରେ ସରକାରକୁ ଆସିବ ଓ ଶପଥ ସମାରୋହରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ଜଣାଇଥିଲେ । ଏହାର ଜବାବରେ ବିଜେପି କହିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପିକୁ ଅଦ୍ଭୁତ ଜନ ସମର୍ଥନ ମିଳିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପରେ ରାଜ୍ୟରେ ବିଜେପିର ତିନି ଚତୁର୍ଥାଂଶ ସିଟ୍‌ ହାସଲ କରିବା ସହ ପ୍ରାୟତଃ ସବୁ ଲୋକସଭା ଆସନ ବିଜେପି ଖାତାକୁ ଯିବ ବୋଲି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହାର ଜବାବ ଦେଇ ବିଜେଡି କହିଛି ବିଜେପିର ମିଶନ ୧୨୦ ଫେଲ ମାରିଛି । ତିନି ଚତୁର୍ଥାଂଶ ସିଟ ପାଇବା ନେଇ ବିଜେପିର ଦାବି ହାସ୍ୟାସ୍ପଦ । ବୁଧବାର ମୁଖ୍ୟମନ୍ତ୍ରୀ କହିଥିଲେ କି ବିଜେଡି ସଂଖ୍ୟାଗରିଷ୍ଠତା ପାଇସାରିଲାଣି, ଲୋକେ ବିଜେଡିର ବିକାଶ ଧାରାକୁ ସମର୍ଥନ ଜଣେଇ ପୁଣି ଥରେ ରାଜ୍ୟରେ ବିଜେଡି ସରକାର ଗଢ଼ିବ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।

କଂଗ୍ରେସ କହିଛି ରାଜ୍ୟରେ ବିଜେପି ବିଜେଡିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେଡି ଭୋଟ କଂଗ୍ରେସ ପାଇଛି । ଅଗାମୀ ଦିନରେ କଂଗ୍ରେସ ବହୁମତ ପାଇ ରାଜ୍ୟରେ ସରକାର ଗଢ଼ିବ ବୋଲି କଂଗ୍ରେସ ମୁଖପାତ୍ର ଜଜ୍ଞେଶ୍ବର ବାବୁ କହିଛନ୍ତି । ଯଦି ବିଜେଡି ବିଜେପି କହୁଛନ୍ତି ତାଙ୍କୁ ସଂଖ୍ୟାଗରିଷ୍ଠତା ମିଳିଗଲାଣି ତାହେଲେ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ବନ୍ଦ କରନ୍ତୁ ।

ଭୁବନେଶ୍ବରରୁ ସଞ୍ଜୀବ ରାଏ, ଇଟିଭି ଭାରତ

ABOUT THE AUTHOR

...view details