ଓଡିଶା

odisha

ETV Bharat / state

'ଫନି' ଖାଇଗଲା 23 ଲକ୍ଷ ପଶୁପକ୍ଷୀ

ସାମୁଦ୍ରିକ ଝଡ 'ଫନି' ନେଇଗଲା 41 ଜଣଙ୍କ ଜୀବନ । ସେହିପରି ପଶୁପକ୍ଷୀ ମଧ୍ୟ ଫନି କବଳରୁ ବର୍ତ୍ତି ପାରି ନାହାନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : May 8, 2019, 7:51 PM IST

ଭୁବନେଶ୍ବର: ବାତ୍ୟା 'ଫନି' ପରେ ଆରମ୍ଭ ହୋଇଛି ସମୀକ୍ଷା । ଆକଳନ ହେଉଛି କ୍ଷୟକ୍ଷତି । ବାତ୍ୟା ପ୍ରଭାବରେ ରାଜ୍ୟରେ ମୋଟ 41 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ପଶୁପକ୍ଷୀଙ୍କ ଯାଇଛି ଜୀବନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବାତ୍ୟା 'ଫନି'ରେ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ କେନ୍ଦ୍ରାପଡାରେ 3, ମୟୂରଭଞ୍ଜ 4, ଯାଜପୁର 4, କଟକ 5 ଓ ଭୁବନେଶ୍ବରରେ 4 ଜଣଙ୍କର ମୃ୍ତ୍ୟୁ ହୋଇଥିବା ସୂଚନା ରହିଛି । ସେହିପରି 'ଫନି'ରେ ବେଶି ପ୍ରଭାବିତ ହୋଇଥିବା ପୁରୀରେ ମୋଟ 21 ଜଣଙ୍କର ମୃତ୍ୟୁ ହୋଇଛି । ତେବେ 'ଫନି'ରେ ମୋଟାମୋଟି 41 ଜଣଙ୍କର ଜୀବନ ନେଇଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ନିରୀହ ଜୀବଜନ୍ତୁ ।

21 ଲକ୍ଷ 75 ହଜାର 383 ପକ୍ଷୀ, 773 ଗୃହପାଳିତ ପଶୁ ମୃତ୍ୟୁବରଣ କରିଥିବା ବେଳେ 878 ପଶୁଙ୍କ ଜୀବନ ଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details