ଓଡିଶା

odisha

ETV Bharat / state

ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ଡକାଇଲେ ସର୍ବଦଳୀୟ ବୈଠକ

ଆସନ୍ତା 25 ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ । ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।

ଫାଇଲ ଫଟୋ

By

Published : Jun 14, 2019, 12:54 PM IST

Updated : Jun 14, 2019, 6:20 PM IST

ଭୁବନେଶ୍ବର: ସଂସଦୀୟ ପରମ୍ପରା ଆପଣାଇଛି ଓଡିଶା ବିଧାନସଭା । ନିର୍ବାଚନ ପରେ ପ୍ରଥମ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶାନ୍ତି ଶୃଙ୍ଖଳାର ସହ ସମସ୍ତଙ୍କ ସହଯୋଗରେ ଗୃହ ପରିଚାଳନା କରିବାକୁ ପ୍ରଥମ ଥର ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ଆସନ୍ତା 25ରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେଣୁ ଆସନ୍ତା 24 ତାରିଖ କିମ୍ବା ଏହାର ପୂର୍ବରୁ ବୈଠକ ଡକାଯିବା ନେଇ ଗୁରୁତ୍ବାରୋପ କରାଯାଇଛି । ବାଚସ୍ପତିଙ୍କ ଏପରି ପଦକ୍ଷେପକୁ ବିରୋଧୀ ଦଳ ମଧ୍ୟ ପ୍ରଶଂସା କରିଛନ୍ତି ।

କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହାକୁ ସ୍ବାଗତ କରିବା ସହ କହିଛନ୍ତି ଯେ, ‘ପୂର୍ବରୁ ଆମେ ସମାନ ଦାବି କରିଥିଲୁ । ଯାହା ହେଉ ବୈଠକ ହେଲେ ଏକ ଭଲ ପରମ୍ପରା ସୃଷ୍ଟି ହେବ । ଗୃହର ସଠିକ ପରିଚାଳନା ପାଇଁ ଏହା ଜରୁରୀ’ । ସେହିଭଳି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ‘ସଂସଦରେ ଏଭଳି ପରମ୍ପରା ରହିଛି । ବିଧାନସଭାରେ ନଥିଲା । ଏହାକୁ ଆମେ ସ୍ବାଗତ କରୁଛୁ’ । ତେବେ ଏଯାଏଁ ସର୍ବଦଳୀୟ ବୈଠକ ଲାଗି ତାଙ୍କ ନିକଟକୁ କୌଣସି ନିମନ୍ତ୍ରଣ ଆସିନଥିବା ସେ ଜଣାଇଛନ୍ତି ।

ଜଣାଇଦେଉଛୁ ଯେ ପଞ୍ଚଦଶ ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳର ସାମ୍ନା କରିଥିଲେ ସରକାର । ଚିଟଫଣ୍ଡ, ଧାନ ମଣ୍ଡି ସମସ୍ୟା, ସହାୟକ ମୂଲ୍ୟ, ପିପିଲି ଗଣଦୁଷ୍କର୍ମ ଆଦି ମାମଲାରେ ଉଭୟ କଂଗ୍ରେସ ଏବଂ ବିଜେପି ବିଭିନ୍ନ ସମୟରେ ଶାସକ ଦଳକୁ ଘେରିଥିଲେ । ଏପରିକି ଅବସ୍ଥା ଏମିତି ହୋଇଥିଲା ଯେ ଅଧିକାଂଶ ସମୟରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ତେବେ ଏଥର ଆଗୁଆ ଗୃହରେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ରକ୍ଷା ଲାଗି ସର୍ବଦଳୀୟ ବୈଠକ ଡକାଯାଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 14, 2019, 6:20 PM IST

For All Latest Updates

ABOUT THE AUTHOR

...view details