ଓଡିଶା

odisha

ETV Bharat / state

ଚାରି ମେଡିକାଲ କଲେଜକୁ ଏମ୍‍ସିଆଇ ଅନୁମତି

ମେଡିକାଲ କାଉନ୍‍ସିଲ ଅଫ୍‍ ଇଣ୍ଡିଆ ପକ୍ଷରୁ ଶୁକ୍ରବାର ରାଜ୍ୟର 4ଟି ମେଡିକାଲ କଲେଜକୁ ଚଳିତ ଶିକ୍ଷାବର୍ଷ ଆରମ୍ଭ କରିବାକୁ ଅନୁମତି ମିଳିଛି । ଏଥିସହ ଛାତ୍ରଛାତ୍ରୀମାନଙ୍କୁ ମିଳିଛି ନାମଲେଖା ପାଇଁ ଅନୁମତି ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

By

Published : Jun 7, 2019, 9:40 PM IST

ଭୁବନେଶ୍ବର: ମେଡିକାଲ କାଉନ୍‍ସିଲ ଅଫ୍‍ ଇଣ୍ଡିଆ ପକ୍ଷରୁ ଶୁକ୍ରବାର ରାଜ୍ୟର 4ଟି ମେଡିକାଲ କଲେଜକୁ ଚଲିତ ଶିକ୍ଷାବର୍ଷ ଆରମ୍ଭ କରିବାକୁ ଅନୁମତି ମିଳିଛି । ଏଥିସହ ଛାତ୍ରଛାତ୍ରୀମାନଙ୍କୁ ମିଳିଛି ନାମଲେଖା ପାଇଁ ଅନୁମତି । ଏହିସବୁ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନେ ଏବେ ବିଭିନ୍ନ ବ୍ୟାଚରେ ପାଠ ପଢୁଛନ୍ତି । ଏମ୍‍ସିଆଇ ପକ୍ଷରୁ ଶୁକ୍ରବାର ଏହି ଅନୁମତି ମିଳିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ସୂଚନା ଅନୁଯାୟୀ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର 2019-20 ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନେ ତୃତୀୟ ବ୍ୟାଚ ପାଇଁ ନାମଲେଖା ଅନୁମତି ପାଇଛନ୍ତି । ଏଥିସହ ବାଲେଶ୍ବରସ୍ଥିତ ଫକୀରମୋହନ ମେଡିକାଲ କଲେଜକୁ ଦ୍ବିତୀୟ ବ୍ୟାଚ୍‍ ପାଇଁ ଅନୁମତି ମିଳିଛି । ସେହିଭଳି କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ତୃତୀୟ ବ୍ୟାଚ ଓ ବଲାଙ୍ଗିରସ୍ଥିତ ଭୀମଭୋଇ ମେଡିକାଲ କଲେଜକୁ ଦ୍ବିତୀୟ ବ୍ୟାଚରେ ନାମ ଲେଖାଇବାକୁ ଏମ୍‍ସିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ଏହି ସମସ୍ତ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବ୍ୟାଚରେ ନାମ ଲେଖାଇ ପାଠ ପଢୁଥିବାବେଳେ ଏମ୍‍ସିଆଇ ପକ୍ଷରୁ ଭିତ୍ତିଭୂମି ଓ ଅନ୍ୟାନ୍ୟ ଦିଗର ଅନୁଧ୍ୟାନ ପରେ ପରବର୍ତ୍ତୀ ବ୍ୟାଚରେ ନାମ ଲେଖାଇବାକୁ ଶୁକ୍ରବାର ଅନୁମତି ମିଳିଛି ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

ABOUT THE AUTHOR

...view details