ଓଡିଶା

odisha

ETV Bharat / state

ତୃତୀୟ ଦିନରେ ନାମାଙ୍କନ ଦାଖଲ କଲେ 31 ପ୍ରାର୍ଥୀ - Bhubaneswar

ରାଜ୍ୟରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲ। ତିନୋଟି ପର୍ଯ୍ୟାୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଆଶାୟୀ ପ୍ରାର୍ଥୀ ।

ଫୋଟ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Mar 21, 2019, 12:08 PM IST

Updated : Mar 21, 2019, 12:26 PM IST

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ହୋଇଛି। ଏଥିସହ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲ। ପ୍ରଥମ ପର୍ଯ୍ୟାୟ ଲୋକସଭା ଆସନ ପାଇଁ 3 ଜଣ ଓ ଦ୍ବିତୀୟ ପର୍ଯ୍ୟାୟରେ ଜଣେ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ବିଧାନସଭା ଆସନ ପାଇଁ 14 ଜଣ ଓ ଦ୍ବିତୀୟ ପର୍ଯ୍ୟାଲ ଲାଗି 4 ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ଏବେସୁଦ୍ଧା ଲୋକସଭା ଆସନ ପାଇଁ ମୋଟ 5ଜଣ ଥିବା ବେଳେ ବିଧାନସଭା ଆସନ ଲାଗି 26 ଗୋଟି ନାମାଙ୍କନ ପତ୍ର ଦାଖଲ ହୋଇଛି। ସେପଟେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ବିଭିନ୍ନ ଜିଲ୍ଲାରେ ୩୩୫୫ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି। ଲାଇସେନ୍ସପ୍ରାପ୍ତ ୨୯୧୬ ଗୋଟି ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନ ଠାରେ ଜିମା ଦିଆଯାଇଥିବାବେଳେ ଲାଇସେନ୍ସ ନଥିବା ୫୯ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଫ୍ଲାଇଂ ସ୍କ୍ବାର୍ଡ ଦ୍ବାରା ୮ ଲକ୍ଷ ୩୩ ହଜାର ୧୧୦ ଟଙ୍କା ଜବତ କରାଯିବା ସହ ୨ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି।

ସେପଟେ, ଆଚରଣ ବିଧି ଲାଗୁ ହେବାପରେ ସର୍ବସାଧାରଣରୁ ମୋଟ 1 ଲକ୍ଷ 65 ହଜାର 433 ହୋର୍ଡିଂ, ପୋଷ୍ଟର ହଟାଯାଇଛି। ଏପରିକି ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ 14 ହଜାର 181 ହୋର୍ଡିଂ, ପୋଷ୍ଟରକୁ କଢାଯାଇଛି। ଯାନବାହନର ଅପବ୍ୟବହାର କରୁଥିବା ଗାଡିର ମାଲିକଙ୍କ ବିରୁଦ୍ଧରେ 2017ଟି କେସ ରୁଜୁ କରାଯାଇଛି।

ରାଜ୍ୟସ୍ତରୀରେ ଖୋଲିଥିବା ନିୟନ୍ତ୍ରଣ କକ୍ଷକୁ ବର୍ତ୍ତମାନ ସୁଦ୍ଧା 121ଟି କଲ କରାଯାଇ ନିର୍ବାଚନ ସମ୍ପର୍କିତ ବିଭିନ୍ନ ଅଭିଯୋଗ ବା ସୂଚନା ପ୍ରଦାନ କରାଯାଇଛି। ସି-ଭିଜିଲ ଆପ ମାଧ୍ୟମରେ ମଧ୍ୟ 259ଟି ଅଭିଯୋଗ ଗ୍ରହଣ କରାଯାଇ 231ଗୋଟିର ସମାଧାନ ହୋଇଛି।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 21, 2019, 12:26 PM IST

ABOUT THE AUTHOR

...view details