ଓଡିଶା

odisha

ETV Bharat / state

ଫନି ଗଲା ପରେ ସ୍ମାର୍ଟସିଟିରେ ଜଳସଙ୍କଟ - pond

ବାତ୍ୟା ଫନି ପରେ ପାଣିପାଇଁ ଡହଳ ବିକଳ ରାଜଧାନୀବାସୀ । ମୁନ୍ଦାଏ ପାଣି ପାଇଁ ଲାଗୁଛି ଲମ୍ବା ଲାଇନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : May 5, 2019, 4:03 PM IST

ଭୁବନେଶ୍ୱର: ଓଡ଼ିଶାରେ ପ୍ରଳୟ ରଚିଛି ବାତ୍ୟା 'ଫନି' । ରାଜଧାନୀ ସମେତ ଓଡ଼ିଶାର ଅନେକ ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ବିଜୁଳି, ପାଣି ଭଳି ଅତ୍ୟାବଶ୍ୟକ ସେବା ଏକ ପ୍ରକାର ଠପ ହୋଇପଡ଼ିଥିବା ବେଳେ ଲୋକମାନେ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କେଉଁଠି କେମିତି ସପ୍ଲାଇ ପାଣି ଆସୁଥିବା ବେଳେ ଅନେକ ସ୍ଥାନରେ ପାଣି ଠୋପେ ସାତ ସପନ ପାଲଟିଛି । ଲୋକମାନେ ପାଣି ଟିକେ ପିଇବା ପାଇଁ ଡହଳବିକଳ ହେଉଥିବା ବେଳେ ନିତ୍ୟବ୍ୟବହାର କାର୍ଯ୍ୟ ଗାଧୋଇବା ଏବଂ ଲୁଗାପଟା ସଫା କରିବା ପାଇଁ ନିଜ ନିଜ ଅଞ୍ଚଳରେ ଥିବା ପୋଖରୀ ମାନଙ୍କରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳରେ ଥିବା ବାଲୁଙ୍କେଶ୍ୱର ପୋଖରୀରେ ଶହ ଶହ ସଂଖ୍ୟକ ଲୋକ ଭିଡ଼ ଜମାଉଛନ୍ତି । ପୁରୁଷ, ମହିଳାଙ୍କ ଠାରୁ ଆରମ୍ଭ କରି ଛୁଆ ଓ ବୃଦ୍ଧ ବୃଦ୍ଧା ମାନେ ପାଣି ଟିକେ ପାଇ ଆନନ୍ଦରେ ଜଳକ୍ରୀଡା କରୁଥିବା ଦେଖାଯାଇଛି।

ବାତ୍ୟା ପରଠାରୁ ଅନେକ ଲୋକ ଗାଧୋଇ ନ ଥିବାବେଳେ ଆଜି ଏଠାରେ ଗାଧୋଇ ବହୁତ ଖୁସି ଲାଗୁଥିବା କହିଛନ୍ତି । ସରକାର ଯଥାଶୀଘ୍ର ବିଜୁଳି ସଂଯୋଗ ବ୍ୟବସ୍ଥା କରିବା ସହିତ ସବୁ ଅଞ୍ଚଳରେ ପିଇବା ପାଣି ପହଞ୍ଚାଇବାକୁ ଦାବି କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details