ଓଡିଶା

odisha

ETV Bharat / state

ଓରାଙ୍ଗଉଟାନ ପରେ ଚାଲିଗଲା ନୀଳଗିରି ଲଙ୍ଗୁର

ଚିନ୍ତାରେ ନନ୍ଦନକାନନ ଅଧିକାରୀ । ପ୍ରାଣ ହରାଇବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ବିରଳ ପଶୁ । ଗୁରୁବାର ଏଠାରେ ତଥା ଭାରତରେ ଥିବା ଏକମାତ୍ର ଓରାଙ୍ଗଉଟାନର ମୃତ୍ୟୁ ହେବା ପରେ ଶୁକ୍ରବାର ଆଖି ବୁଜିଛି ନୀଳଗିରି ଲଙ୍ଗୁର ପ୍ରଜାତିର ଏକ ମାଙ୍କଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : May 31, 2019, 1:03 PM IST

ଭୁବନେଶ୍ବର: ଚିନ୍ତାରେ ନନ୍ଦନକାନନ ଅଧିକାରୀ । ପ୍ରାଣ ହରାଇବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ବିରଳ ପଶୁ । ଗୁରୁବାର ଏଠାରେ ତଥା ଭାରତରେ ଥିବା ଏକମାତ୍ର ଓରାଙ୍ଗଉଟାନର ମୃତ୍ୟୁ ହେବା ପରେ ଶୁକ୍ରବାର ଆଖି ବୁଜିଛି ନୀଳଗିରି ଲଙ୍ଗୁର ପ୍ରଜାତିର ଏକ ମାଙ୍କଡ । ବାତ୍ୟା ଫନି ପରେ 5ବର୍ଷୀୟ ଏହି ମାଙ୍କଡଟି ଅସୁସ୍ଥ ଥିବା ବେଳେ ନନ୍ଦନକାନନରେ ଏହି ପ୍ରଜାତିର ଥିବା ଏକମାତ୍ର ଏହି ମାଙ୍କଡ ଶୁକ୍ରବାର ଅସୁସ୍ଥତା ହେତୁ ଆଖି ବୁଜିଛି ।

ସାଧାରଣତଃ ନୀଳଗିରି ଲଙ୍ଗୁର ପ୍ରଜାତିର ମାଙ୍କଡ ଚେନ୍ନାଇରେ ଦେଖାଯାଆନ୍ତି । ତେବେ ସେପ୍ଟେମ୍ବର 20, 2017ରେ ଚେନ୍ନାଇ ଚିଡିଆଖାନାରୁ ଏହି ମାଙ୍କଡକୁ ନନ୍ଦନକାନନ ଅଣାଯାଇଥିଲା । ନନ୍ଦନକାନନରେ ଏହି ପ୍ରଜାତିର ଏହା ଏକମାତ୍ର ମାଙ୍କଡ ଥିବା ବେଳେ ଏହାର ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ପର୍ଯ୍ୟଟକ ଓ ପଶୁପ୍ରେମୀ ।

ନନ୍ଦନକାନନରେ ଏଭଳି ବିରଳ ପଶୁମାନଙ୍କର ମୃତ୍ୟୁ ହେଉଥିବାରୁ ପର୍ଯ୍ୟଟକମାନଙ୍କ ମଧ୍ୟରେ ନିରାଶା ଭାବ ପ୍ରକାଶ ପାଇଛି । ଅନ୍ୟପଟେ ଲଙ୍ଗୁରଟିର ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ପରେ ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି ନନ୍ଦନକାନନ ଅଧିକାରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ABOUT THE AUTHOR

...view details