ଓଡିଶା

odisha

ETV Bharat / state

ପିଲାଠୁ ବୁଢା, ସଭିଙ୍କ ମୁଣ୍ଡରେ 18,288 ଟଙ୍କାର ଋଣ - ଋଣ

ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ମୁଣ୍ଡ ଉପରେ ରହିଛି 18ହଜାର 288 ଟଙ୍କାର ଋଣ ଭାର । କ୍ରମାଗତ ଋଣ ଗ୍ରହଣ ଦ୍ବାରା ରାଜ୍ୟର ଋଣ ବୋଝ 82, 570 କୋଟି 68 ଲକ୍ଷ ଟଙ୍କାରେ ପହଞ୍ଚିଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

By

Published : Jul 15, 2019, 10:04 PM IST

ଭୁବନେଶ୍ବର: ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ମୁଣ୍ଡ ଉପରେ ରହିଛି 18ହଜାର 288 ଟଙ୍କାର ଋଣ ଭାର । କ୍ରମାଗତ ଋଣ ଗ୍ରହଣ ଦ୍ବାରା ରାଜ୍ୟର ଋଣ ବୋଝ 82, 570 କୋଟି 68 ଲକ୍ଷ ଟଙ୍କାରେ ପହଞ୍ଚିଛି । ଯଦିଓ 2005-06 ଆର୍ଥିକ ବର୍ଷରୁ ରାଜ୍ୟ ସରକାର ଓଭରଡ୍ରାଫ୍ଟ ଓ ରାଜସ୍ବ ନିଅଣ୍ଟିଆ ସ୍ଥିତିରୁ ଉପରକୁ ଉଠି ରାଜସ୍ବ ବଳକା ବଜେଟ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଋଣ ଗ୍ରହଣର ହାର କମି ପାରିନାହିଁ । ଏନେଇ ସୋମବାର ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

2006-07ରେ ରାଜ୍ୟ 2643 କୋଟି 80 ଲକ୍ଷ ଟଙ୍କା ଋଣ କରିଥିଲେ । ପ୍ରାୟ ପ୍ରତି ବର୍ଷ ରାଜ୍ୟ ସରକାର କେନ୍ଦ୍ର ସରକାର, ନାବାର୍ଡ, ଜିପିଏଫ ଆଦିରୁ ମଧ୍ୟ ଋଣ ଗ୍ରହଣ କରୁଛନ୍ତି । 2013-14 ପର୍ଯ୍ୟନ୍ତ ରାଜ୍ୟ ସରକାର ଖୋଲା ବଜାରରୁ ଋଣ ଗ୍ରହଣ କରୁନଥିଲେ ମଧ୍ୟ ଆର୍ଥିକ ପରିଚାଳନାଗତ ଚାପ ଯୋଗୁଁ 2014-15ରୁ ରାଜ୍ୟ ସରକାର ଖୋଲା ବଜାରରୁ ଋଣ ଉଠାଇବା ଆରମ୍ଭ କରିଛନ୍ତି । ସେହିବର୍ଷ ଖୋଲା ବଜାରରୁ 3000 କୋଟି ଟଙ୍କା ଋଣ କରିଥିଲେ ରାଜ୍ୟ ସରକାର ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

2015-16ରେ 4472 କୋଟି 82 ଲକ୍ଷ, 2016-17ରେ 7620 କୋଟି, 2017-18ରେ 8438 କୋଟି ଓ 2018-19ରେ 5500 କୋଟି ଟଙ୍କା ଖୋଲା ବଜାରରୁ ଋଣ ନେଇଛନ୍ତି ସରକାର । ଖୋଲା ବଜାରରୁ ଋଣ ଉଠାଣ ରାଜ୍ୟର ଆର୍ଥିକ ପରିଚାଳନା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଥିଲେ ବି ଅର୍ଥମନ୍ତ୍ରୀ ନିଜ ଉତ୍ତରରେ ଏହାକୁ ଗ୍ରହଣ କରିନାହାଁନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ବରଂ ସେ କହିଛନ୍ତି ଯେ, ଆହରଣ କରାଯାଉଥିବା ଋଣକୁ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଖର୍ଚ୍ଚ କରାଯାଉଛି । ଋଣର ସର୍ତ୍ତାବଳୀ ଅନୁଯାୟୀ ବଜେଟରେ ଋଣ ପରିଶୋଧ ମଧ୍ୟ କରାଯାଉଛି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details