ବୌଦ୍ଧ:ପକେଟ ମନିରୁ ଅସହାୟଙ୍କ ମୁହଁରେ ଦାନା ଦେଲେ ଯୁବ ବର୍ଗ । ଲକଡାଉନ ଯୋଗୁଁ ଗରିବ ଓ ଅସହାୟ ଲୋକ କାମ ଧନ୍ଦା ନ ପାଇ ବାରୁ ଘରେ ଚୁଲି ଜଳୁନି। ଫଳରେ ଭୋକ ଉପାସରେ ସେମାନେ ଦିନ କାଟୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ପଞ୍ଚାୟତ ସ୍ତରରେ ପିଡିଏସ ସାମଗ୍ରୀ ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଛି ।
ଭୋକିଲାଙ୍କ ମୁହଁରେ ଦାନା ଦେଲେ ଯୁବଗୋଷ୍ଠୀ
ନିଜ ପକେଟମନିକୁ ଅସହାୟଙ୍କ ଖାଦ୍ୟ ପାଇଁ ଖର୍ଚ୍ଚ କଲେ ଯୁବଗୋଷ୍ଠୀ । ମୁସଲମାନ ଯୁବକମାନେ ବସ୍ତିର ବାଣ୍ଟିଲେ ରାସନ ସାମଗ୍ରୀ । ଅଧିକ ପଢନ୍ତୁ....
ଭୋକିଲାଙ୍କ ମୁହଁରେ ଦାନା ଦେଲେ ଯୁବଗୋଷ୍ଠୀ
ହେଲେ, କିଛି ଛାତ୍ର ନିଜ ପକେଟମନିକୁ ଏକତ୍ରିତ କରି ଭୋକିଲାଙ୍କ ଖାଦ୍ୟ ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି । ସେହିପରି ଶୁକ୍ରବାର ସକାଳୁ ବୌଦ୍ଧର ମୁସଲମାନ ଯୁବକମାନେ ମିଶି ବସ୍ତିର ଗରିବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଯୁବକ ମାନଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ