ବୌଦ୍ଧ: ରାଜ୍ୟ ସରକାରଙ୍କ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବୌଦ୍ଧ ଯୁବ କଂଗ୍ରେସ । ସୋମବାର ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କୋରୋନା ଭଳି ବିପତ୍ତି ସମୟରେ ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ ସହ ଏନେଇ ରାଜ୍ୟ ସରକାର ଓ ବିଦ୍ୟୁତ ନିୟାମକଙ୍କୁ ଟାର୍ଗେଟ କରାଯାଇଛି ।
ରାଜ୍ୟର ବିଭିନ୍ନ କମ୍ପାନୀ ଉପରେ କୋଟି କୋଟି ଟଙ୍କାର ବିଦ୍ୟୁତ ବିଲ ବକେୟା ଥିବା ବେଳେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ସହ ଲଢୁଥିବା ସାଧାରଣ ଲୋକଙ୍କ ଉପରେ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଥିବା ଯୁବ କଂଗ୍ରେସ ଅଭିଯୋଗ କରିଛି ।