ଓଡିଶା

odisha

ETV Bharat / state

ଇଲେଭେନ୍ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ

ଗମ୍ଭାରୀ ପଦର ଗାଁରେ ଜଣେ ଶ୍ରମିକ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ବେଳେ ବୁଧବାର ପୁଣି ଜଣେ ଗରିବ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ବୌଦ୍ଧ ଜିଲ୍ଲାର ଧଳପୁର ଗାଁର ଖଣ୍ଡିସାହିର ଜଣେ ଯୁବ ଶ୍ରମିକ ପୁରୁଣାକଟକ ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଥିବା ଠିଡିକାଯୋର ଠାରେ ଏକ ଗୃହ ନିର୍ମାଣ କାର୍ଯ୍ୟରେ ଲାଗିଥିବା ସମୟରେ 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି ।

By

Published : Jul 9, 2020, 3:16 AM IST

11 KV power line
11 KV power line

ବୌଦ୍ଧ: କୋରୋନା କାଳରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସୁଛି ଦୁଃଖଦ ଘଟଣାମାନ । ବୁଧବାର ପୁଣି ଜଣେ ଗରିବ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ଏହାସହ ଗତ ଆଠ ଦିନରୁ ନିଖୋଜ ମହିଳଙ୍କ ଗଳିତ ମୃତଦେହ ମଧ୍ୟ ଉଦ୍ଧାର ହୋଇଛି ।


ସୂଚନା ଅନୁସାରେ ଗତ ମଙ୍ଗଳବାର ଗମ୍ଭାରୀ ପଦର ଗାଁରେ ଜଣେ ଶ୍ରମିକ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ବେଳେ ବୁଧବାର ପୁଣି ଜଣେ ଗରିବ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ବୌଦ୍ଧ ଜିଲ୍ଲାର ଧଳପୁର ଗାଁର ଖଣ୍ଡିସାହିର ଜଣେ ଯୁବ ଶ୍ରମିକ ପୁରୁଣାକଟକ ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଥିବା ଠିଡିକାଯୋର ଠାରେ ଏକ ଗୃହ ନିର୍ମାଣ କାର୍ଯ୍ୟରେ ଲାଗିଥିବା ସମୟରେ 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି ।

ଅନ୍ୟପଟେ ଗତ ଆଠ ଦିନରୁ ନିଖୋଜ ଥିବା ଜଣେ ବିଧବା ମହିଳାଙ୍କ ଗଳିତ ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ବୌଦ୍ଧ ପୋଲିସ । ସୂଚନା ମୁତାବକ ବୌଦ୍ଧ ଥାନା ଅନ୍ତର୍ଗତ ଆମ୍ବଝରୀ ପଞ୍ଚାୟତ ଗଣ୍ଡିସର ଗାଁରେ ନିଜ ପିତାଙ୍କ ଘରେ ରହୁଥିବା ଜଣେ ବିଧବା ମହିଳାଙ୍କ ଗଳିତ ମୃତ ଦେହକୁ ମଙ୍ଗଳବାର ଗାଁର କିଛି ଲୋକ ନିକଟସ୍ଥ ଜଙ୍ଗଲରେ ଠାବ କରିଥିଲେ । ବୁଧବାର ବୌଦ୍ଧ ପୋଲିସ ଏହା ଅପମୃତ୍ୟୁ ନା ହତ୍ୟାକାଣ୍ଡ ସେ ନେଇ ତଦନ୍ତ ଆରମ୍ଭ କରିଛି ।



ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details