ବୌଦ୍ଧ:ଷ୍ଟୋନ କ୍ରସରକୁ ବିରୋଧ କରି ଥାନାରେ ପହଞ୍ଚିଲା ମାମଲା । ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଓ ବାଇଶପଡା ଅଞ୍ଚଳରେ ଚାରୋଟି ଷ୍ଟୋନ କ୍ରସର ସହିତ ସାତଟି ପଥର କ୍ବାରି ରହିଛି । ତେବେ ପରିବେଶ ପ୍ରଦୂଷଣ ଓ ସ୍ବାସ୍ଥ୍ୟଗତ କାରଣରୁ ଏସବୁ ଷ୍ଟୋନ କ୍ରସରକୁ ବିରୋଧ କରି ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଏକ ନିର୍ଦ୍ଦିଷ୍ଟ କ୍ରସର ପରିସରରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହାସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଥମୁନି ଷ୍ଟୋନ କ୍ରସର ବିବାଦ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ମହିଳାଗୋଷ୍ଠୀ - boudha news
ଷ୍ଟୋନ କ୍ରସରକୁ ବିରୋଧ କରି ଥାନାରେ ପହଞ୍ଚିଲା ମାମଲା । ସେପଟେ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ମହିଳାଗୋଷ୍ଠୀ । ଅଧିକ ପଢନ୍ତୁ...
ଥମୁନିଷ୍ଟୋନ କ୍ରସର ବିବାଦ,ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ମହିଳାଗୋଷ୍ଠୀ
ଏହାକୁ ନେଇ କ୍ରସର କର୍ମଚାରୀ ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେପଟେ ଏହାର ତଦନ୍ତ କରି ପଦକ୍ଷେପ ଗ୍ରହଣ ପାଇଁ ବୁଧବାର ମହିଳାମାନେ ହରଭଙ୍ଗା ତହସିଲଦାର, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ ଏହି ବିବାଦର ସମାଧାନ ହୋଇନଥିବା ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ