ଖୋର୍ଦ୍ଧା: ଦଶହରାରେ ଅଘଟଣ । ସାରା ରାଜ୍ୟରେ ଦଶହରାକୁ ଧୁମଧାମ୍ରେ ପାଳନ କରୁଥିବା ବେଳେ ଖୋର୍ଦ୍ଧା ବାଣପୁର ଥାନା ତେନ୍ତୁଳିଡିହ ଗ୍ରାମରେ ଖେଳି ଯାଇଛି ଶୋକର ଛାୟା ।
ଉକ୍ତ ଗ୍ରାମର ଘନଶ୍ୟାମ ମହାପାତ୍ରଙ୍କ ଘରକୁ ଗ୍ରୀଲ ମଧ୍ୟ ଦେଇ ବିଦ୍ୟୁତ ତାର ସଂଯୋଗ ହୋଇଥିବା ବେଳେ ତାହା କୌଣସି କାରଣରୁ ଚାର୍ଜ ହୋଇଯାଇଥିଲା । ଏହି ସମୟରେ ଘନଶ୍ୟାମଙ୍କ ମା' ବିଦୁଲତା ଗ୍ରୀଲକୁ ଖୋଲିବା ସମୟରେ ତାଙ୍କୁ କରେଣ୍ଟ ଲାଗିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ତାଙ୍କର ଏପରି ଅବସ୍ଥା ଦେଖି ପଡୋଶୀ ମମତା ମହାପାତ୍ର ତାଙ୍କୁ ଛୁଇଁ ଦେଇଥିଲେ ଏବଂ ସେହିଠାରେ ହିଁ ସେ ମଧ୍ୟ ଟଳି ପଡିଲେ ।