ବୌଦ୍ଧ: ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ତଳିଆ ଅଞ୍ଚଳରୁ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତେଲନଦୀ, ସାଲୁଙ୍କୀ ନଦୀ, ବାଘନଦୀ ସମେତ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ସେପଟେ ଆଜି ସକାଳ ସମୟରେ ବୌଦ୍ଧ ଥାନା ଅନ୍ତର୍ଗତ ଗିରାସିଙ୍ଗା ଗାଁର କିଛି ମହିଳା ସ୍ନାନଶୌଚ ପାଇଁ ନିକଟସ୍ଥ ସାଲୁଙ୍କୀ ନଦୀକୁ ଯାଇଥିଲେ ।
ସାଲୁଙ୍କୀ ନଦୀର ବନ୍ୟା ପାଣିରେ ଭାସିଯାଇଥିବା ମହିଳା ଉଦ୍ଧାର - ବନ୍ୟା ପାଣିରେ ଭାସିଗଲେ ମହିଳା
ଗଧୋଇବା ବେଳେ ନଦୀ ସାଲୁଙ୍କୀ ନଦୀରେ ମାଡି ଆସିଲା ବନ୍ୟା ଜଳ । ଭାସିଗଲେ ମହିଳା । ମହିଳାଙ୍କୁ ଉଦ୍ଧାର କଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ
ବନ୍ୟା ପାଣିରେ ଭାସିଗଲେ ମହିଳା: ଉଦ୍ଧାର କଲା ଓଡ୍ରାଫ ,ଅଗ୍ନିଶମ ବାହିନୀ
ତେବେ ହଠାତ ସାଲୁଙ୍କୀ ନଦୀରେ ବନ୍ୟା ପାଣି ଆସିଯିବାରୁ ଜଣେ ମହିଳା ନଦୀ ପାଣିରେ ପ୍ରାୟ ଏକ କିଲୋମିଟର ଭାସିଯାଇଥିଲେ । ସୌଭାଗ୍ୟବଶତଃ ମହିଳା ଜଣକ ଏକ ବୁଦାକୁ ଜାବୁଡି ଧରି ରହିଯାଇଥିଲେ । ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ଓ ଓଡ୍ରାଫ ଟିମକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଓଡ୍ରାଫ, ଅଗ୍ନିଶମ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଉଦ୍ଧାର ହୋଇଥିବା ମହିଳା ଜଣକ ହେଉଛନ୍ତି ଧିରମଣି ଅମାତ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ଦେଇଛନ୍ତି ପରିବାର ଲୋକେ ।
ବୌଦ୍ଧ, ଇଟିଭି ଭାରତ