ଓଡିଶା

odisha

By

Published : Apr 1, 2020, 12:22 PM IST

ETV Bharat / state

ମଦ ବେପାରକୁ ନେଇ 6 ଟି ମାମଲା ରୁଜୁ, 6 ଗିରଫ

ଲକଡାଉନ ସମୟରେ ବିଭିନ୍ନ ସ୍ଥାନରେ ଚଢାଉ । ମଦ ବେପାରକୁ ନେଇ ଛଟି ମାମଲା ରୁଜୁ, 6 ଗିରଫ । ଅଧିକ ପଢନ୍ତୁ...

wine raid in boudha
ମଦ ବେପାରକୁ ନେଇ 6 ଟି ମାମଲା ରୁଜୁ, 6 ଗିରଫ

ବୌଦ୍ଧ: ଲକଡାଉନ ସମୟରେ ସବୁକିଛି ଠପ ହୋଇଯାଇଛି । ଏପରିକି ଅତି ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ମଧ୍ୟ ସରକାର କଟକଣା ଜାରି କରିଛନ୍ତି । କିନ୍ତୁ ସୋମବାର ବୌଦ୍ଧ ଥାନା ଅଧିନରେ ଥିବା ସମସ୍ତ ମଦ ଦୋକାନକୁ କେଉଁ ଆଇନ ବଳରେ ଖୋଲାଗଲା ଏବଂ ରାଣୀସାହି ଦେଶୀଭାଟିରୁ ନାବାଳକଙ୍କ ଦ୍ବାରା କିଭଳି ମଦ ବୁହାଗଲା ତାର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ମଦ ବେପାରକୁ ନେଇ 6 ଟି ମାମଲା ରୁଜୁ, 6 ଗିରଫ

ସେପଟେ ଜିଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିଛି । କେବଳ ଲକଡାଉନର ସାତ ଦିନ ମଧ୍ୟରେ ପୋଲିସ 6 ଟି ମାମଲା ରୁଜୁ କରିଥିବା ବେଳେ 6 ଜଣଙ୍କୁ ଗିରଫ କରାଯାଇଥିବା ବୌଦ୍ଧ ଏସପି ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details