ଓଡିଶା

odisha

By

Published : Nov 13, 2022, 10:01 PM IST

ETV Bharat / state

ବୁଣାକାରଙ୍କ ପାଇଁ ଖୁସି ଖବର, ବୌଦ୍ଧରେ ପ୍ରଥମ ଥର ଆରମ୍ଭ ହେଲା ବୃହତ ବୁଣାକାର ବଜାର

ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ ହେଲା ସାପ୍ତାହିକ ବୟନ ବଜାର । ଓଡ଼ିଶାର କୋଣ ଅନୁକୋଣରୁ ବାନ୍ଧଶିଳ୍ପୀ ଓ ବ୍ୟବସାୟୀ ମାନେ ଏହି ବିରାଟ ବଜାରରେ ସାମିଲ ହୋଇ ବ୍ୟବସାୟ କରିଛନ୍ତି । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ବୃହତ ବୁଣାକାର ବଜାର
ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ବୃହତ ବୁଣାକାର ବଜାର

ବୌଦ୍ଧ:ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ସାପ୍ତାହିକ ବୟନ ବଜାର । ଯାହା ପଶ୍ଚିମ ଓଡିଶାର ଦ୍ବିତୀୟ ବୃହତ ବୟନ ବଜାର । ବୌଦ୍ଧ ଜିଲ୍ଲା ସଦର ମହକୁମା ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାର ପ୍ରାଙ୍ଗଣରେ ରବିବାର ସାପ୍ତାହିକ ବୁଣାକାର ବଜାର ଉଦଘାଟିତ ହୋଇଛି । ବୌଦ୍ଧ ଜିଲ୍ଲାରେ ବୟନ ଶିଳ୍ପର ଏକ ସ୍ବତନ୍ତ୍ର ପୃଷ୍ଠଭୂମି ରହିଥିବା ବେଳେ ବୁଣାକାରମାନଙ୍କୁ ବଜାର ସୁବିଧା ଯୋଗାଇ ଦେବା ତଥା ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ବୟନ ସାମଗ୍ରୀ ଯୋଗାଇବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉଦ୍ୟମକ୍ରମେ ସାପ୍ତାହିକ ବୁଣାକାର ବଜାରର ଶୁଭାରମ୍ଭ ହୋଇଛି ।

ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ବୃହତ ବୁଣାକାର ବଜାର

ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଥିବା ବେଳେ ଆସିକା ବିଧାୟକ, ବୌଦ୍ଧ ଜିଲ୍ଲାପାଳ, ଏଡିଏମ, ସୋନପୁର ପିଡି, ନଗରପାଳ, ଉପଜିଲ୍ଲାପାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଜିଲ୍ଲାରେ ପ୍ରଥମଥର ପାଇଁ ଏଭଳି ବଜାରର ଆରମ୍ଭ ହୋଇଥିବା ବେଳେ ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବୟନ ବ୍ୟବସାୟୀ ଓ ଗ୍ରାହକ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଲୁଗା କ୍ରୟବିକ୍ରୟ କରିଥିଲେ ।

ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ,"ସାରା ଓଡିଶା ତଥା ବିଶେଷ କରି ପଶ୍ଚିମ ଓଡିଶାରୁ ଆରମ୍ଭ କରି ଉପକୂଳ ଓଡିଶାରୁ ବିଭିନ୍ନ ବୁଣାକାରମାନେ ଏଠାରେ ଆସି ଅଂଶ ଗ୍ରହଣ କରିଛନ୍ତି । ଏଥିସହ ସେମାନଙ୍କର ବ୍ୟବସାୟ ମଧ୍ୟ ଚାଲୁ ରଖିଛନ୍ତି । ଏହି ବଜାର ଆଗାମୀ ଦିନରେ ଏକ ପ୍ରମୁଖ ବଜାର ହେବ।"

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details